ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଭରିଲେ ନୀତିଶ କୁମାର!
ନୂଆଦିଲ୍ଲୀ, ୫|୩ : ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ନାମାଙ୍କନ ଦାଖଲ କରିବା ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ସଭାପତି ନୀତିନ ନବୀନ ଏବଂ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ପ୍ରମୁଖ ଉପସ୍ଥିତ ରହିଥିବାର ଦେଖିବାକୁ ମିଳିଥିଲା | ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ରାଜ୍ୟସଭାରେ ପ୍ରବେଶ ଅର୍ଥାତ ଏବେ ବିହାର ରାଜନୀତିରେ ଏବେ ବଡ ପରିବର୍ତ୍ତନ ହେବ | ମୁଖ୍ୟମନ୍ତ୍ରୀଙ୍କଠାରୁ କ୍ୟାବିନେଟ ପର୍ଯ୍ୟନ୍ତ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ। ତେବେ ନୀତିଶଙ୍କ ଏହି ନିଷ୍ପତ୍ତିରେ ଜେଡିୟୁ କର୍ମୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ସୃଷ୍ଟି ହୋଇଛି । ଦଳବ୍ୟତୀତ ଆରଜେଡି ମଧ୍ୟ ନୀତିଶ କୁମାର ଏବଂ ବିଜେପିକୁ ଟାର୍ଗେଟ କରୁଛି। ଆରଜେଡି ନେତା ଶକ୍ତି ସିଂହ ଯାଦବ କହିଛନ୍ତି ଯେ,୨୦୨ ଆସନରେ ଜିତି କ୍ଷମତାକୁ ଆସିଥିବା ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟସଭା ପଠାଯାଉଛି। ଏବଂ ନୀତିଶ କୁମାରଙ୍କ ପୁଅଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ଲୋଭ ଦେଖାଯାଉଛି।
ଅନ୍ୟପଟେ, ନୀତିଶ କୁମାର ରାଜ୍ୟସଭାରେ ଯୋଗ ଦେବାର କାରଣ ଏକ ପୋଷ୍ଟରେ ଉଲ୍ଲେଖ କରିଛନ୍ତି | ସେ ଲେଖିଛନ୍ତି ଯେ, “ଯେତେବେଳେ ମୁଁ ମୋର ସଂସଦୀୟ କ୍ୟାରିଅର ଆରମ୍ଭ କରିଥିଲି, ସେତେବେଳେ ମୋ ମନରେ ବିହାର ବିଧାନସଭାର ଉଭୟ ଗୃହ ଏବଂ ସଂସଦର ଉଭୟ ଗୃହର ସଦସ୍ୟ ହେବାକୁ ଇଚ୍ଛା ଥିଲା। ମୁଁ ଆଗାମୀ ନିର୍ବାଚନରେ ରାଜ୍ୟସଭାର ସଦସ୍ୟ ହେବାକୁ ଚାହୁଁଛି। ନୂତନ ସରକାରଙ୍କୁ ମୋର ପୂର୍ଣ୍ଣ ସହଯୋଗ ଏବଂ ମାର୍ଗଦର୍ଶନ ମିଳିବ।” ନୀତିଶ କୁମାର ପୋଷ୍ଟ ମାଧ୍ୟମରେ ଉଲ୍ଲେଖ କରିଛନ୍ତିଯେ,;’ମୁଁ ଆପଣଙ୍କୁ ଆଶ୍ୱସ୍ତ କରିବାକୁ ଚାହୁଁଛି ଯେ, ଭବିଷ୍ୟତରେ ଆପଣଙ୍କ ସହିତ ମୋର ସମ୍ପର୍କ ପୂର୍ଵ ଭଳି ରହିବ । ଏବଂ ଆମେ ମିଶି ଏକ ବିକଶିତ ବିହାର ଗଠନ କରିବା।

