Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Ram Mandir FSSAI Certificate: ଅଯୋଧ୍ୟା ରାମ ମନ୍ଦିରର ପ୍ରସାଦର ଗୁଣବତ୍ତା ଓ ସ୍ୱଚ୍ଛତା ପାଇଁ FSSAIପକ୍ଷରୁ ମିଳିଛି ମାନ୍ୟତା

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ଅଯୋଧ୍ୟାସ୍ଥିତ ରାମ ମନ୍ଦିରକୁ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI) ପକ୍ଷରୁ ‘Eat Right Place of Worship’ ପ୍ରମାଣପତ୍ର ମିଳିଛି। ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରକୁ ଦିଆଯାଇଥିବା ଏହି ପ୍ରମାଣପତ୍ର ମନ୍ଦିରରେ ପ୍ରସାଦ ଓ ଭୋଜନର ସ୍ୱଚ୍ଛତା, ଗୁଣବତ୍ତା ଏବଂ ଖାଦ୍ୟ ସୁରକ୍ଷା ନିୟମ ପାଳନକୁ ସ୍ୱୀକୃତି ଦେଉଛି। ଏହି ପ୍ରମାଣପତ୍ର ଦୁଇ ବର୍ଷ ପର୍ଯ୍ୟନ୍ତ ବୈଧ ରହିବ।

ଅଯୋଧ୍ୟାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ FSSAIର CEO ରଜିତ ପୁନହାନି ଏହି ପ୍ରମାଣପତ୍ର ପ୍ରଦାନ କରିଥିଲେ। ଧାର୍ମିକ ସ୍ଥଳରେ ପ୍ରସାଦ ଓ ଭୋଜନ ପ୍ରସ୍ତୁତି ଏବଂ ବଣ୍ଟନ ସମୟରେ ସ୍ୱଚ୍ଛତା ଓ ଖାଦ୍ୟ ସୁରକ୍ଷା ମାନକ ପାଳନ ଉପରେ ଏହି ପଦକ୍ଷେପ ଗୁରୁତ୍ୱ ଦେଉଛି।

ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ହେଉଛି ଧାର୍ମିକ ସ୍ଥଳକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ସୁରକ୍ଷିତ ଓ ସ୍ୱଚ୍ଛ ଖାଦ୍ୟ ଯୋଗାଇବା। FSSAIର ଏହି ସ୍ୱୀକୃତି ମନ୍ଦିରରେ ଖାଦ୍ୟ ପରିଚାଳନା ସହ ଜଡ଼ିତ ସୁରକ୍ଷା ଓ ସ୍ୱଚ୍ଛତା ମାନକକୁ ଗୁରୁତ୍ୱ ଦେଉଥିବା ପଦକ୍ଷେପ ଭାବେ ଦେଖାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories