Banki College Bomb News: ବାଙ୍କୀ କଲେଜରେ ବୋମାମାଡ଼, ପ୍ରମାଣ ସଂଗ୍ରହ କରୁଛି ସାଇଣ୍ଟିଫିକ୍ ଟିମ୍
କଟକ: କଟକ ଜିଲ୍ଲାର ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ବୋମାମାଡ଼ ଅଭିଯୋଗକୁ ନେଇ ଚିନ୍ତା ବଢ଼ିଛି। ଗତକାଲି ସନ୍ଧ୍ୟାରେ ଏହି ଘଟଣା ଘଟିଥିବା କୁହାଯାଉଛି। ଏହାର ତଦନ୍ତ ପାଇଁ ଆଜି କଲେଜ ପରିସରରେ ତିନି ଜଣିଆ ସାଇଣ୍ଟିଫିକ୍ ଟିମ୍ ପହଞ୍ଚିଛି। ଘଟଣା ପରେ କଲେଜର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ରହିଥିବା ସୂଚନା ମିଳିଛି।
ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ଯାଞ୍ଚ କରି ବିଭିନ୍ନ ତଥ୍ୟ ସଂଗ୍ରହ କରୁଛି। କେତୋଟି ବୋମା ଫିଙ୍ଗାଯାଇଥିଲା ଏବଂ ଏହା ପଛରେ କେଉଁ କାରଣ ରହିଛି, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ଘଟଣାରେ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେନେଇ ମଧ୍ୟ ତଦନ୍ତ ଚାଲିଛି।
ଶିକ୍ଷାନୁଷ୍ଠାନ ପରିସରରେ ଏଭଳି ଘଟଣାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଛି। ସାଇଣ୍ଟିଫିକ୍ ଟିମ୍ର ଯାଞ୍ଚ ଓ ପୋଲିସ ତଦନ୍ତ ପରେ ବୋମାମାଡ଼ର କାରଣ ଏବଂ ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସମ୍ପର୍କରେ ଅଧିକ ତଥ୍ୟ ଜଣାପଡ଼ିବ।

