ହୀରାଖଣ୍ଡ ଏକ୍ସପ୍ରେସରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ!
ଭୁବନେଶ୍ୱର ,୬|୩: ଭୁବେନେଶ୍ୱରରୁ କୋରାପୁଟକୁ ଯାତ୍ରା କରୁଥିବା ହୀରାଖଣ୍ଡ ଏକ୍ସପ୍ରେସରୁ ଜଣେ ଯୁବକଙ୍କ ମୃତଦେହ ମିଳିଛି | ଖବର ପାଇ କୋରାପୁଟ ରେଲୱେ ପୋଲିସ କୋରାପୁଟ ଷ୍ଟେସନ ଠାରେ ପହଞ୍ଚି ହୀରାଖଣ୍ଡ ଟ୍ରେନରୁ ମୃତଦେହ ଉଦ୍ଧାର କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ତେବେ ମୃତକ ଯୁବକ ଜଣକ ହେଉଛନ୍ତି ମନୀଷ ଦାସ। ସେ କଟକ କଣ୍ଟିଲୋର ନୂଆବଜାର ଅଂଚଳର ବାସିନ୍ଦା ବୋଲି ଜଣାପଡ଼ିଛି ।
ହୋଲି ପର୍ବ ପାଇଁ ଛୁଟି ଥିବା ହେତୁ ପାଳନ କରିବାକୁ ଘରକୁ ଯାଇଥିଲେ | ବହୁତ ଧୂମଧାମରେ ପରିବାର ସହ ରଙ୍ଗର ପର୍ବକୁ ପାଳନ କରିଥିଲେ | ଛୁଟି ସରିବା ପରେ ସେ କାର୍ଯ୍ୟସ୍ଥଳକୁ ଫେରିଥିଲେ । ଏନେଇ ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ୍ରେ ଭୁବନେଶ୍ୱରରୁ ଟିକିରି ପର୍ଯ୍ୟନ୍ତ ଟିକେଟ୍ କରିଥିଲେ । ଘର ଲୋକଙ୍କ ଠାରୁ ବିଦାୟ ନେଇ ସେ ଟିକିରି ଅଭିମୁଖେ ଟ୍ରେନରେ ବାହାରିଥିଲେ । କିନ୍ତୁ ବାଟରେ ଘଟିଲା ଏଭଳି ଅଘଟଣ | ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଛି | ଘଟଣାରେ କୋରାପୁଟ ରେଲୱେ ପୋଲିସ ତଦନ୍ତ ଆରମ୍ଭ କରିଛି |

