Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ବଳାତ୍କାରୀକୁ ଅଦାଲତ ଶୁଣାଇଲେ ଏହି ରାୟ…

କଟକ,୬ା୩: ନାବାଳିକାଙ୍କୁ ବଳାତ୍କାର ମାମଲାରେ ଅଭିଯୁକ୍ତ ଆସାମୀକୁ ଆଜି ଦଣ୍ଡ ଶୁଣାଇଛନ୍ତି କଟକ ସ୍ବତନ୍ତ୍ର ପୋକ୍ସୋ ଅଦାଲତ। ଏହି ମାମଲାରେ ଆସାମୀ କୃଷ୍ଣଚନ୍ଦ୍ର ମଲ୍ଲିକଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସଜା ଶୁଣାଇଛନ୍ତି କୋର୍ଟ। ଏହାସହିତ ଜରିମାନା ବାବଦ ୨୦,୦୦୦ ଟଙ୍କା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କ୍ଷତିପୂରଣ ବାବଦକୁ ନାବାଳିକାଙ୍କୁ ୪ ଲକ୍ଷ ଟଙ୍କା ଦେବା ପାଇଁ ଜିଲ୍ଲା ଆଇନସେବା ପ୍ରାଧିକରଣକୁ କୋର୍ଟ ଦେଇଛନ୍ତି ନିର୍ଦ୍ଦେଶ ।

ମାମଲାରୁ ପ୍ରକାଶ ଯେ, ଗତ ୨୦୨୫ ଜୁନ୍‌ ୭ରେ କଟକ ମଙ୍ଗଳାବାଗ ଅଞ୍ଚଳରେ ଘଟିଥିଲା ଅମାନବୀୟ ଘଟଣା। ନାବାଳିକା ଜଣକ ସାଙ୍ଗମାନଙ୍କ ସହ ଖେଳୁଥିଲା ସମୟରେ ଆସାମୀ ଜୋର ଜବରଦସ୍ତ ବଳାତ୍କାର କରିଥିଲେ । ଏହାପରେ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ମାଆବାପା ସଙ୍ଗେସଙ୍ଗେ ନାବାଳିକାଙ୍କୁ ଏସସିବି ମେଡିକାଲରେ ଚିକତ୍ସା ନିମନ୍ତେ ଭର୍ତ୍ତି କରିଥିଲେ। ଏନେଇ ନାବାଳିକାଙ୍କ ପରିବାରଲୋକେ ସ୍ଥାନୀୟ ମଙ୍ଗଳାବାଗ ଥାନାରେ ଏତେଲା ମଧ୍ୟ ଦେଇଥିଲେ | ଏଥିରେ ପୋଲିସ ତଦନ୍ତ ଜାରି ରଖି ଅନେକ ପ୍ରମାଣ ସଂଗ୍ରହ କରିଥିଲା। ଏହା ପରେ କଡା ଆକ୍ସନ ନେଇଥିଲା ପୋଲିସ | ଆସାମୀଙ୍କୁ ଗିରଫ କରିବା ସହିତ କୋର୍ଟ ଚାଲାଣ କରିଥିଲା। ତେବେ ଆଜି ସମସ୍ତ ସାକ୍ଷ ଓ ପ୍ରମାଣ ଆଧାରରେ ଆସାମୀ କୃଷ୍ଣଚନ୍ଦ୍ର ମଲ୍ଲିକଙ୍କୁ ୨୦ ବର୍ଷ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ