ପ୍ରକାଶ ପାଇଲା UPSC ସିଭିଲ ସର୍ଭିସ ରେଜଲ୍ଟ ! ଅନୁଜ ଅଗ୍ନିହୋତ୍ରୀ ଟପ୍ପର
ନୂଆଦିଲ୍ଲୀ ,୬|୩: ଆଜି ପ୍ରକାଶ ପାଇଛି UPSC ପରିଚାଳିତ ସିଭିଲ ସର୍ଭିସ ମେନର ପରୀକ୍ଷା ଫଳ । ୟୁନିୟନ ପବ୍ଲିକ ସର୍ଭିସ କମିଶନ ପକ୍ଷରୁ ସିଭିଲ୍ ସର୍ଭିସେଜ୍ ପରୀକ୍ଷା ୨୦୨୫ର ଫାଇନାଲ ରେଜଲ୍ଟ ଘୋଷଣା କରାଯାଇଛି । ଅନୁଜ ଅଗ୍ନିହୋତ୍ରୀ ସାରାଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ତେବେ ଅନୁଜଙ୍କ ପରେ, ରାଜେଶ୍ୱରୀ ସୁଭେ ଏମ୍ ଦ୍ଵିତୀୟ ଏବଂ ଆକାଂଶ ଧୁଲ୍ ତୃତୀୟ ସ୍ଥାନରେ ରହିଛନ୍ତି |
ସିଭିଲ୍ ସର୍ଭିସେସ୍ ପରୀକ୍ଷାରେ ଅନୁଜ, ରାଜେଶ୍ୱରୀ ଏବଂ ଆକାଂଶଙ୍କ ସହିତ, ରାଘବ ଝୁନଝୁନୱାଲା, ଈଶାନ ଭଟନାଗର, ଜିନିଆ ଆରୋରା, ଏ.ଆର. ରାଜା ମହମ୍ମଦିନ, ପକ୍ଷାଲ ସଚିବ, ଆସ୍ଥା ଜୈନ ଏବଂ ଉଜ୍ଜ୍ୱଳ ପ୍ରିୟାଙ୍କ ଶ୍ରେଷ୍ଠ ୧୦ ସ୍ଥାନ ଅଧିକାର କରିଛନ୍ତି |
ସୂଚାନଯୋଗ୍ୟ,ସିଭିଲ୍ ସର୍ଭିସେସ୍ ପ୍ରିଲିମିନାରୀ ପରୀକ୍ଷା ଗତ ବର୍ଷ ମେ ୨୫ ରେ ଅନୁଷ୍ଠିତ ହୋଇଥିଲା। ସେହିପରି ମେନ୍ ପରୀକ୍ଷା ୨୨ ଅଗଷ୍ଟରୁ ଆରମ୍ଭ ହୋଇ ୩୧ ଅଗଷ୍ଟ, ୨୦୨୫ ପର୍ଯ୍ୟନ୍ତ ଚାଲିଥିଲା । ପରୀକ୍ଷାରଅନ୍ତିମ ପର୍ଯ୍ୟାୟ ଇଣ୍ଟରଭ୍ୟୁ ୨୭ ଫେବୃଆରୀ, ୨୦୨୬ରେ ସରିଥିଲା ।
ସଂଘ ଲୋକସେବା ଆୟୋଗ ଦ୍ୱାରା ଘୋଷଣା କରାଯାଇଥିବା ତାଲିକା ଅନୁସାରେ ,୯୭୯ ପଦବୀ ପାଇଁ ଭର୍ତ୍ତୀ କରାଯାଇଛି। ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୧୮୦ ଜଣ ସଫଳ ପ୍ରାର୍ଥୀ ଭାରତୀୟ ପ୍ରଶାସନିକ ସେବା (IAS), ୫୫ ଜଣ ଭାରତୀୟ ବୈଦେଶିକ ସେବାରେ ଯୋଗଦେବେ ଏବଂ ସେହିପରି ୧୫୦ ଜଣ ଭାରତୀୟ ପୋଲିସ ସେବାରେ ଯୋଗଦେବେ। ୧୮୦ ଟି IAS ପଦବୀ ମଧ୍ୟରୁ ୭୪ ଟି ଅଣସଂରକ୍ଷିତ,୨୮ ଟି ଅନୁସୂଚିତ ଜାତି ପାଇଁ, ୧୩ ଟି ଅନୁସୂଚିତ ଜନଜାତି ପାଇଁ, ୪୭ ଟି OBC ପାଇଁ ଏବଂ ୧୮ ଟି EWS ବର୍ଗ ପାଇଁ ସଂରକ୍ଷିତ ରହିଛି ।

