Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୬ ବର୍ଷ ତଳର ପିଲାଙ୍କୁ ସାମାଜିକ ଗଣମାଧ୍ୟମ ମନା! କର୍ଣ୍ଣାଟକ ସରକାରଙ୍କ ବଡ ପଦକ୍ଷେପ

କର୍ଣ୍ଣାଟକ,୬|୩: କର୍ଣ୍ଣାଟକ ସରକାର ନେଇଛନ୍ତି ବଡ ପଦକ୍ଷେପ! ୧୬ ବର୍ଷରୁ କମ୍‌ ବୟସର ପିଲାଙ୍କ ପାଇଁ ସାମାଜିକ ଗଣମାଧ୍ୟମ ବ୍ୟବହାର ଉପରେ ଲାଗିବ କଟକଣା | ଏନେଇ ସରକାର ନେବାକୁ ଯାଉଛନ୍ତି ବଡ ପଦକ୍ଷେପ | ଛୋଟ ପିଲାଙ୍କ ମଧ୍ୟରେ ସ୍ମାର୍ଟଫୋନ ବ୍ୟବହାରର ବୃଦ୍ଧି, ଅନଲାଇନରେ ଆପତ୍ତିଜନକ କଣ୍ଟେଣ୍ଟ ଓ ଅଧିକ ସମୟ ଫୋନରେ ସମୟ ଦେବାକୁ ନେଇ ରାଜ୍ୟ ସରକାର ଚିନ୍ତା ପ୍ରକଟ କରିଛନ୍ତି। ଏନେଇ ରାଜ୍ୟ ବଜେଟ୍‌ ଉପସ୍ଥାପନ କରିବା ଅବସରରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ୨୦୨୬-୨୭ ଶୁକ୍ରବାର ଏହି ଘୋଷଣା କରିଛନ୍ତି। କର୍ଣ୍ଣାଟକ ସରକାର ଏହି ପଦକ୍ଷେପ ନେଲେ ପ୍ରଥମ ରାଜ୍ୟ ଭାବେ ଦେଶରେ ପରିଗଣିତ ହେବ। ତେବେ ଏହାପୂର୍ବରୁ ଆନ୍ଧ୍ର ପ୍ରଦେଶ ଓ ଗୋଆ ସରକାର ମଧ୍ୟ ଛୋଟ ପିଲାଙ୍କ ସାମାଜିକ ଗଣମାଧ୍ୟମ ବ୍ୟବହାର ଉପରେ କଟକଣା ଲଗାଇବାକୁ ନେଇ ଚିନ୍ତା କରୁଥିଲେ। ଏଥିପାଇଁ କର୍ଣ୍ଣାଟକ ସରକାର ଏନେଇ ଅନେକ ଦିନ ହେଲା ଯୋଜନା କରି ଆସୁଥିଲେ | ରାଜ୍ୟ ଆଇଟି ଓ ବାୟୋଟେକ୍ନଲୋଜି ମନ୍ତ୍ରୀ ପ୍ରିୟଙ୍କ ଖଡ଼ଗେ ମଧ୍ୟ ପୂର୍ବରୁ ଏ ସମ୍ପର୍କରେ ଘୋଷଣା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ