ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡ଼ା ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ
କେନ୍ଦ୍ରାପଡ଼ା,୭|୩: ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡ଼ା ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ପ୍ରମୋଦ ରାୟ | ଡେରାବିଶ ଛତାଛକ ସ୍ଥିତ ଜଳ ସମ୍ପଦ କାର୍ଯ୍ୟାଳୟରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢ଼ାଉ ଜାରି ରହିଛି | ତେବେ ଏହି ଚଢ଼ାଉରେ ଭିଜିଲାନ୍ସ ବହୁ ଗୁରୁତ୍ୱପୂର୍ଣ୍ଣ ଫାଇଲ ଓ ଅଫିସ କାଗଜପତ୍ର ଜବତ କରିଛି | ଏହାସହିତ ତାଙ୍କ ସହ ଜଡ଼ିତ ଏକାଧିକ ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢ଼ାଉ କରୁଥିବା ଜଣାପଡିଛି ।
ଏହି ଚଢ଼ାଉରେ ଦୁଇ ଜଣ ଅତିରିକ୍ତ ଏସ୍ପି, ୯ ଜଣ ଡିଏସ୍ପି, ୯ ଜଣ ଇନ୍ସପେକ୍ଟର, ୪ ଜଣ ଏଏସଆଇ ପ୍ରମୁଖ ଚଢାଉରେ ସାମିଲ ହୋଇଥିବା ସୂଚନା ରହିଛି । ଭୁବନେଶ୍ୱରର ବାଲିଅନ୍ତାର ଜୋହାଲାରେ ଅବସ୍ଥିତ ଶ୍ରୀ ରାୟଙ୍କ ଚାରି ମହଲା କୋଠା, କଟକର ଚୌଦ୍ୱାରର ଜାଜାଭୈରବରେ ଶ୍ରୀ ରାୟଙ୍କ ଦୁଇ ମହଲା କୋଠା, କଟକ ଜିଲ୍ଲା ବାଙ୍କିର ରଗଡ଼ିରେ ଥିବା ତାଙ୍କ ପୈତୃକ ଘର, ଭଦ୍ରକର ବୁଡଙ୍ଗାରେ ତାଙ୍କ ସମ୍ପର୍କୀୟଙ୍କ ଘର, ଡେରାବିଶ ଜଳସେଚନ କାର୍ଯ୍ୟାଳୟ, କେନ୍ଦ୍ରାପଡାରେ ଅବସ୍ଥିତ ତାଙ୍କ କାର୍ଯ୍ୟାଳୟ ଚାମ୍ବର ଏବଂ ଅସ୍ଥାୟୀ ବାସସ୍ଥାନ , ଢେଙ୍କାନାଳ ଜିଲ୍ଲା, ସାନସାଥୀବାଟିଆରେ ତାଙ୍କ ସମ୍ପର୍କୀୟଙ୍କ ଘର ଏବଂ ଭୁବନେଶ୍ୱରର ପଟିଆରେ ତାଙ୍କ ସମ୍ପର୍କୀୟଙ୍କ ଘରେ ରେଡ୍ କରାଯାଉଛି।

