Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

“ମୃତ୍ୟୁ ପରେ ମଧ୍ୟ ଚର୍ଚ୍ଚାରେ ଖେମିନି-ତାଙ୍କ ଆକାଉଣ୍ଟରୁ ଇସ୍ରାଏଲକୁ ମିଳିଛି ଧମକ ପୂର୍ଣ୍ଣ ବାର୍ତ୍ତା !”

ନୂଆଦିଲ୍ଲୀ ,୭|୩: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଏବେ ତୀବ୍ର ରୂପ ନେଇଛି | ବିଶ୍ୱ ଶାନ୍ତିରେ ଅସ୍ଥିରତା ବୃଦ୍ଧି ପାଇଛି | ଆମେରିକାର ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ମୃତ୍ୟୁ ପରେ ଇରାନ ଓ ଇସ୍ରାଏଲ ମଧ୍ୟରେ ଜାରି ରହିଥିବା‌ ସଂଘର୍ଷ ଏବେ ଭୟଙ୍କର ରୂପ ଧାରଣ କରିଛି । ତେହେରାନରେ ତାଙ୍କ କାର୍ଯ୍ୟାଳୟ ଉପରେ ଭୟଙ୍କର ଆକ୍ରମଣ ପରେ ଏବେ ଆୟାତୋଲ୍ଲା ଅଲି ଖେମିନିଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଦିଆଯାଇଥିବା ଚେତାବନୀ ଏବେ ବିଶ୍ୱକୁ ଚକିତ କରିଛି।

ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ହତ୍ୟାକୁ କିଛିଦିନ ବିତିଯାଇଥିଵା ବେଳେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଇସ୍ରାଏଲକୁ ଚେତାବନୀ ଜାରି ହେବା ବିଶ୍ୱ ରାଜନୀତିରେ ନୂଆ ଚର୍ଚ୍ଚାକୁ ଜନ୍ମ ଦେଇଛି। ପୋଷ୍ଟରେ କୁହାଯାଇଛି ଯେ “ଜାୟୋନିଷ୍ଟ ଶାସନ ଏକ ବଡ଼ ଭୁଲ କରିଛି ଓ ଏହାର ପରିଣାମ ବହୁତ ଭୟଙ୍କର ହେବ।” ଏହା ସହିତ ଏକ ଏଆଇ ତିଆରି ଚିତ୍ରରେ କ୍ଷେପଣାସ୍ତ୍ର ତିଆରି ଓ ଆକ୍ରମଣର ପ୍ରତୀକାତ୍ମକ ଦୃଶ୍ୟ ଦେଖାଯାଇଛି, ଯାହା ଇରାନର ପ୍ରତିଶୋଧର ସନ୍ଦେଶ ଭାବେ ବୁଝାଯାଉଛି |

ତେବେ ରାଜନୈତିକ ଭାବେ ଏହି ଘଟଣାକୁ ବିଭିନ୍ନ ଦୃଷ୍ଟିକୋଣରୁ ଦେଖାଯାଉଛି। ପଶ୍ଚିମ ଦେଶ ଓ ଇସ୍ରାଏଲ ପକ୍ଷର ନେତାମାନେ କହୁଛନ୍ତି ଯେ, ଏହି ଆକ୍ରମଣ ଇରାନର ଆଣବିକ ଓ ସେନା ଶକ୍ତିକୁ ଦୁର୍ବଳ କରିବା ପାଇଁ ଆବଶ୍ୟକ ଥିଲା। କିନ୍ତୁ ଇରାନ ଓ ତାହାର ମିତ୍ର ଦେଶମାନେ ଏହାକୁ ସର୍ବଭୌମତ୍ତ୍ୱ ଉପରେ ଆକ୍ରମଣ ଓ ଆନ୍ତର୍ଜାତୀୟ ଆଇନର ଉଲ୍ଲଂଘନ ବୋଲି କହୁଛନ୍ତି। ବିଶେଷଜ୍ଞମାନଙ୍କ ମତରେ ଏହା କେବଳ ଦୁଇ ଦେଶର ଯୁଦ୍ଧ ନୁହେଁ, ବରଂ ମଧ୍ୟପ୍ରାଚ୍ୟର ଶକ୍ତି ସନ୍ତୁଳନକୁ ସମ୍ପୂର୍ଣ୍ଣ ବଦଳାଇଦେଇପାରେ।

ଏହା ସହିତ ସୋସିଆଲ ମିଡିଆର ଭୂମିକା ମଧ୍ୟ ଏହି ଯୁଦ୍ଧକୁ ଆହୁରି ଉତ୍ତେଜିତ କରୁଛି ବୋଲି ମଧ୍ୟ ଆଲୋଚନା ହେଉଛି | ତେବେ ଖେମିନିଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କ ଆକାଉଣ୍ଟରୁ ବାର୍ତ୍ତା ଆସିବା ଏକ ରାଜନୈତିକ କୌଶଳ କିମ୍ବା ମନୋବୈଜ୍ଞାନିକ ଯୁଦ୍ଧର ଅଂଶ ବୋଲି ଧାରଣା କରାଯାଉଛି। କିଏ ଏହି ଆକାଉଣ୍ଟ ପରିଚାଳନା କରୁଛି ସେଥିପାଇଁ ସ୍ପଷ୍ଟତା ନଥିଲେ ମଧ୍ୟ, ଏହି ଡିଜିଟାଲ ଚେତାବନୀ ଏକ ସନ୍ଦେଶ ଦେଉଛିଯେ, ଇରାନର ରାଜନୈତିକ ଧାରା ଓ ପ୍ରତିରୋଧ ଧାରଣା ଖେମିନିଙ୍କ ମୃତ୍ୟୁ ପରେ ମଧ୍ୟ ଶେଷ ହୋଇନାହିଁ। ଯୁଦ୍ଧ ଏବେ କେବଳ ମିଶାଇଲ ଦ୍ୱାରା ନୁହେଁ, ବରଂ ସୂଚନା ଓ ପ୍ରଚାର ମଞ୍ଚରେ ମଧ୍ୟ ଯୁଦ୍ଧ ଚାଲିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ