୫ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା!
ମୁନିଗୁଡ଼ା, ୭।୩: ରାୟଗଡା ଜିଲ୍ଲା ଅନ୍ତର୍ଗତ ବିଷମକଟକରେ ଘଟିଛି ଅମାନବୀୟ ଘଟଣା | ଏକ ୫ ବର୍ଷର ନାବାଳକକୁ ନିର୍ମମ ଭାବେ ଗଳା କାଟି ହତ୍ୟା କରାଯାଇଛି । ପୁରୁଣା ଘର ପଛପଟୁ ବସ୍ତାରୁ ମିଳିଛି ବାଳକର ମୃତଦେହ। ବିଷମକଟକ ଥାନା ଅନ୍ତର୍ଗତ ଚାଟିକଣା ଷ୍ଟେସନ ସାହିରେ ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି |
ମୃତ ନାବାଳକ ଜଣକ ପୁରୁଷୋତ୍ତମ ଗନ୍ତାୟତଙ୍କ ବଡ଼ ପୁଅ ଋଷି ଗନ୍ତାୟତ। ଶୁକ୍ରବାର ସନ୍ଧ୍ୟାରେ ଋଷିର ମାମୁଁଙ୍କ ମୋବାଇଲକୁ ଏକ ଅଜଣା ନମ୍ବରରୁ ମେସଜ ଆସିଥିଲା। ଉକ୍ତ ମେସେଜରେ ନାବାଳକ ରୁଷିକୁ ସେମାନେ ଅପହରଣ କରିଥିବା ଉଲ୍ଲେଖ କରିବା ସହ ୪ ଲକ୍ଷ ଟଙ୍କା ଦାବି କରିଥିଲେ | ସକାଳ ସୁଦ୍ଧା ୪ଲକ୍ଷ ଟଙ୍କା ନଦେଲେ ଋଷିକୁ ହତ୍ୟା କରାଯିବ ବୋଲି ଚେତାବନୀ ମଧ୍ୟ ଦେଇଥିଲେ । ଏ ବିଷୟରେ ପୋଲିସ କିମ୍ବା କୌଣସି ବାହାର ଲୋକକୁ ଜଣାଇଲେ ଏହାର ପରିଣାମ ଭୟଙ୍କର ହେବ ବୋଲି ମଧ୍ୟ ଧମକ ଦେଇଥିଲେ |ଋଷିର ମାମୁଁକୁ ଏହି ମେସେଜ ଆସିବା ପରେ ଏ ସେ ଋଷିର ବାପାଙ୍କୁ ପୁରୁଷୋତ୍ତମଙ୍କୁ ଜଣାଇଥିଲେ। ଏହାପରେ ପରିବାର ଲୋକ ଋଷିକୁ ବହୁ ଖୋଜାଖୋଜି କରିବା ଆରମ୍ଭ କରିଥିଲେ। ଧମକର କିଛି ଘଣ୍ଟା ପରେ ନାବାଳକ ଋଷିର ମୃତଦେହ ମିଳିଥିଲା । ତାଙ୍କ ପୁରୁଣା ଘର ପଛ ପଟେ ଋଷିର ମୃତଦେହ ଏକ ବସ୍ତା ଭିତରୁ ମିଳିଥିଲା | ତେବେ କେହି ତାଙ୍କୁ ଗଳା କାଟି ହତ୍ୟା କରିବା ପରେ ଏକ ଅଖା ବସ୍ତାରେ ପୁରାଇ ଫୋପାଡ଼ି ଦେଇଥିବା ସୂଚନା ମିଳିଛି । ଖବର ପାଇ ବିଷମ କଟକ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି |

