Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାରତରେ ୫୭ ନୂଆ କୋଟିପତି; ନମ୍ବର-୧ରେ ମୁକେଶ ଅମ୍ବାନୀ!

ନୂଆଦିଲ୍ଲୀ ,୭|୩: ଦେଶର ଧନୀ ତାଲିକାରେ ମୁକେଶ ଅମ୍ବାନୀ ରହିଛନ୍ତି ପ୍ରଥମ ସ୍ଥାନରେ | ହୁରୁନ୍ ଗ୍ଲୋବାଲ୍ ରିଚ୍ ଲିଷ୍ଟ ୨୦୨୬ର ସଦ୍ୟ ତଥ୍ୟ ଅନୁଯାୟୀ ଭାରତରେ ଗତ ଗୋଟିଏ ବର୍ଷ ମଧ୍ୟରେ ୫୭ ଜଣ ନୂଆ କୋଟିପତି ସ୍ଥାନ ପାଇଛନ୍ତି । ଭାରତରେ କୋଟିପତିଙ୍କ ସଂଖ୍ୟା ବର୍ତ୍ତମାନ ଶୀର୍ଷରେ ରହିଛି । ଭାରତ ଏବେ ଚୀନ୍ ଏବଂ ଆମେରିକା ପରେ ବିଶ୍ୱର ତୃତୀୟ ବୃହତ କୋଟିପତି ଭାବେ ପରିଚୟ ପାଇଛି । ତେବେ ଭାରତୀୟ କୋଟିପତିଙ୍କ ମୋଟ ସମ୍ପତ୍ତି ବର୍ତ୍ତମାନ ପ୍ରାୟ ୧୧୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଯାହା ଅନେକ ଦେଶର ଜିଡିପି ଠାରୁ ମଧ୍ୟ ଢେର ଅଧିକ ରହିଛି | ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ପୁଣି ଥରେ ଦେଶର ଧନୀଶାଳୀ ବ୍ୟକ୍ତି ଭାବେ ପରିଗଣିତ ହୋଇଛନ୍ତି |ତାଙ୍କର ନେଟ୍ ସମ୍ପତ୍ତି ୯ ପ୍ରତିଶତ ବୃଦ୍ଧି ପାଇ ପ୍ରାୟ ୯.୮ ଲକ୍ଷ କୋଟି ଟଙ୍କା ରେ ପହଞ୍ଚିଛି। ସେ କେବଳ ଭାରତର ସବୁଠାରୁ ଧନୀ ବ୍ୟକ୍ତି ନୁହଁନ୍ତି, ବରଂ ଏସିଆର ସବୁଠାରୁ ଧନୀ ରଇସ୍ ଶାଖଙ୍କ ଉପାଧି ମଧ୍ୟ ପାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ