Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୁବକଙ୍କୁ ଘରୁ ଡାକିନେଇ ହତ୍ୟା!

ଭଦ୍ରକ, ୯|୩ : ଭଦ୍ରକ ଟାଉନ ଥାନା ଚରମ୍ପା ଗୁଣ୍ଠୁଣିଆରେ ରବିବାର ରାତିରେ ଘଟିଛି ଏକ ନିର୍ମମ ହତ୍ୟାକାଣ୍ଡ | ଫାଇନାଲ କ୍ରିକେଟ ମ୍ୟାଚ୍ ଦେଖିବା ବେଳେ ଯୁବକଙ୍କୁ ଘରୁ ଡାକି ନେଇ କରାଯାଇଛି ହତ୍ୟା। ସଂଘବଦ୍ଧ ଭାବେ ସର୍ବସାଧାରଣ ସ୍ଥାନରେ କରିଛନ୍ତି ହତ୍ୟା । ମୃତକ ଜଣକ ହେଲେ ଚରମ୍ପା ବରାଳ ପୋଖରୀ ରେଳବାଇ କଲୋନୀର ଶ୍ରୀକୁମାର ସ୍ବାମୀ ।

ସୂଚନା ଅନୁସାରେ, ରବିବାର ରାତିରେ ମେଳନ ଚାଲୁଥିବା ବେଳେ ରାତି ପ୍ରାୟ ୧୧ ଟା ପରେ କିଛି ଦୂରରେ ଚରମ୍ପା ବରାଳପୋଖରୀ ଗ୍ରାମର କିଛି ଯୁବକଙ୍କସହ ସି କୁମାର ସ୍ୱାମୀଙ୍କ କୌଣସି କଥାକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ଏହାପରେ ଶ୍ରୀକୁମାର କ୍ରିକେଟ ଫାଇନାଲ ମ୍ୟାଚ ଘରେ ବସି ଟିଭିରେ ଦେଖୁଥିଲେ । ଆଉ ସେହି ସମୟରେ ହଠାତ ତାଙ୍କ ପାଖୁ ଏକ କଲ ଆସିଥିଲା ଆଉ ସେ ତା ପରେ ବାହାରି ଗୁଣ୍ଠୁଣିଆ ବଜାରକୁ ଯାଇଥିଲେ। ସେଠାରେ ପ୍ରାୟ ୫ ଜଣ ଯୁବକ ତାଙ୍କୁ ସଂଘବଦ୍ଧ ଭାବେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ ।

ଏହି ଘଟଣା ପରେ ଲୋକେ ଶ୍ରୀକୁମାରଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତଖାନାରେ ଭର୍ତ୍ତି କରିଥିଲେ । ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଏହି ହତ୍ୟାକାଣ୍ଡରେ ସାମିଲ ହୋଇଥିବା ହତ୍ୟାକାରୀମାନେ ବିଭିନ୍ନ ଅପରାଧିକ ଘଟଣାରେ ସାମିଲ ରହିଥିବାର ସୂଚନା ରହିଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ