Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଇଁଚିରେ ଶାଶୁଙ୍କ ନାକ କାଟି ଘଟଣାସ୍ଥଳରୁ ଜ୍ବାଇଁ ଫେରାର!

ଜୟପୁର ,୯ ।୩: ରାଜସ୍ଥାନର ଜାଲୋର ଜିଲ୍ଲାରୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା | ଯେଉଁଠି ଏକ ପାରିବାରିକ ବିବାଦକୁ ନେଇ ଜ୍ବାଇଁ ତାଙ୍କ ଶାଶୁଙ୍କୁ ଆକ୍ରମଣ କରିଛନ୍ତି । ଏହାସହିତ କଇଁଚିର ନାକ କାଟି ପରେ କଟା ନାକକୁ ନେଇ ଘଟଣାସ୍ଥଳରୁ ଗାୟବ ହୋଇ ଯାଇଛନ୍ତି । ସୂଚନା ଅନୁଯାୟୀ, କୌଣସି ପାରିବାରିକ ବିବାଦକୁ ନେଇ ଅଭିଯୋଗ କରିବାକୁ ଶାଶୁ ପୋଲିସ ପାଖକୁ ଯାଉଥିଲେ । ଆଉ ଯିବା ସମୟରେ ରାସ୍ତାରେ ହିଁ ଜ୍ୱାଇଁ ତାଙ୍କ ଉପରେ ଆକ୍ରମଣ କରିଥିଲେ। ଏବେ ଅଭିଯୁକ୍ତଙ୍କୁ ଖୋଜିବା ସହ ତଦନ୍ତ ଜାରି ରଖିଛି ପୋଲିସ ।

ଏଭଳି ଘଟଣା ଘଟିଛି ଜାଲୋର ଜିଲ୍ଲାର ଡୁଙ୍ଗରିର ବନ୍ଧା ଗାଁରେ | ଅଭିଯୁକ୍ତ ଜଣକ ହେଲେ ସୋହନଲାଲ । ଅନ୍ୟପଟେ, ପୋଲିସ କହିଛି ଯେ, ସୋହନଲାଲ ଏବଂ ତା ସ୍ତ୍ରୀଙ୍କ ପରିବାର ସହିତ ଦୀର୍ଘ ଦିନ ଧରି ବିବାଦ ରହିଥିଲା । ତେବେ ପ୍ରାୟ ଛଅ ବର୍ଷ ପୂର୍ବେ ଦୁଇଜଣଙ୍କର ବିବାହ ହୋଇଥିଲା। କିନ୍ତୁ ଦୁହିଁଙ୍କ ମଧ୍ୟରେ ବିବାଦ ହେବାରୁ ସ୍ୱାମୀ-ସ୍ତ୍ରୀ ଗତ କିଛି ବର୍ଷ ଧରି ଅଲଗା ରହୁଥିଲେ। ଦୁହିଁଙ୍କ ମଧ୍ୟରେ ଥିବା ବିବାଦକୁ ସମାଧାନ କରିବାକୁ ଅନେକ ପ୍ରୟାସ କରାଯାଇଥିବା ସତ୍ତ୍ୱେ ବିବାଦର ସମାଧାନ ହୋଇପାରିନଥିଲା। ପୋଲିସ କହିଛି ଯେ, ଗତ ଶନିବାର ସନ୍ଧ୍ୟାରେ ଘରେ ସେମାନଙ୍କର ମଧ୍ୟରେ ପ୍ରବଳ ଯୁକ୍ତିତର୍କ ମଧ୍ୟ ହୋଇଥିଲା।

ପୋଲିସ ସୂଚନା ମୁତାବକ , ଗତ ଶନିବାର ସନ୍ଧ୍ୟାରେ ପୀଡିତା କେଲି ଦେବୀ ତାଙ୍କ ଜ୍ୱାଇଁ ସୋହନଲାଲଙ୍କ ବିରୋଧରେ ଏତଲା ଦେବାକୁ ସ୍ଥାନୀୟ ପୋଲିସ ଷ୍ଟେସନକୁ ଯାଉଥିଲେ । ଆଉ ସେହି ସମୟରେ, ଅଭିଯୁକ୍ତ ତାଙ୍କ ଶାଶୁଙ୍କୁ କଇଁଚିରେ ଆକ୍ରମଣ କରି ତାଙ୍କ ନାକ କାଟି ଦେଇଥିଲେ। ପୋଲିସ କହିଛି ଯେ, ଅଭିଯୁକ୍ତ କଟା ନାକ ନେଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛି । ସରୱାନା ପୋଲିସ ଷ୍ଟେସନର ଇନଚାର୍ଜ ମୋହନଲାଲ କହିଛନ୍ତି ଯେ, ଏନେଇ ଏକ ମାମଲା ରୁଜୁ କରାଯିବ ସହିତ ଅଭିଯୁକ୍ତକୁ ଖୋଜିବା ପାଇଁ ତଦନ୍ତ ଜାରି ରହିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ , “ପରିବାରର ସଦସ୍ୟମାନେ ମହିଳାଙ୍କୁ ଚିକିତ୍ସା ପାଇଁ ଗୁଜୁରାଟର ମେହସାଣାକୁ ନେଇଯାଇଛନ୍ତି। ତେବେ ମହିଳା ଏବଂ ତାଙ୍କ ପରିବାରର କୌଣସି ବୟାନ ଏପର୍ଯ୍ୟନ୍ତ ରେକର୍ଡ କରାଯାଇ ନାହିଁ।”

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ