Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳାହାଣ୍ଡି କୋର୍ଟକୁ ବୋମା ଧମକ!

ଭବାନୀପାଟଣା,୯।୩: ଓଡ଼ିଶାର ବିଭିନ୍ନ ଜିଲ୍ଲାର କୋର୍ଟ ଗୁଡିକୁ ମିଳୁଛି ଧମକ! ବାରମ୍ବାର ଆସୁଛି ଧମକ ପୂର୍ଣ୍ଣ ବାର୍ତ୍ତା | ଏହା ପୂର୍ବରୁ ସମ୍ବଲପୁର କୋର୍ଟ ଏବଂ କଟକର ହାଇକୋର୍ଟକୁ ଧମକ ମିଳିଥିଲା | ଏହାସହିତ ପୁରୀ,ବରଗଡ଼ ଜିଲ୍ଲା କୋର୍ଟକୁ ଧମକ ପୂର୍ଣ୍ଣ ବାର୍ତ୍ତା ମିଳିଥିଲା | ଆଉ ଏବେ କଳାହାଣ୍ଡି ଜିଲ୍ଲା କୋର୍ଟକୁ ବି ମିଳିଛି ବୋମା ଧମକ। ଜିଲ୍ଲା ଦୌରା ଓ ଜର୍ଜଙ୍କ ଇମେଲକୁ ଏହି ଧମକପୂର୍ଣ୍ଣ ମେଲ୍ ଆସିଛି । ଘଟଣା ସାମ୍ନାକୁ ଆସିବା ପରେ କୋର୍ଟରେ ସ୍ଥାନୀୟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି | ଘଟଣାସ୍ଥଳରେ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଓ ଏସ ପି ନାଗରାଜ ଦେବର କୋଣ୍ଡା ମଧ୍ୟ ଉପସ୍ଥିତ ରହିଛନ୍ତି ।

ସୂଚାନଯୋଗ୍ୟ , ଆଜି ଏକାଥରେ ରାଜ୍ୟର ତିନୋଟି କୋର୍ଟକୁ ବୋମା ଧମକ ଆସିଛି । ବରଗଡ଼ ସିଭିଲ କୋର୍ଟକୁ ସୋମବାର ପୁଣି ଠାରେ ଇ-ମେଲ ଜରିଆରେ ବୋମା ଧମକ ଅସିଛି। ଦିନ ୧ଟାରେ ବୋମା ବିସ୍ଫୋରଣ ହେବ ବୋଲି ଧମକ ରହିଛି। ସେହିପରି ପୁରୀ କୋର୍ଟକୁ ମଧ୍ୟ ବୋମା ଧମକ ମିଳିଛି । ଦୁର୍ବୁତ୍ତ ସନ୍ଦିଗ୍ଧ ଜିଲା ଦୌରା ଜଜଙ୍କୁ ଇମେଲ୍ କରିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଯାଞ୍ଚ ଆରମ୍ଭ କରିଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ