Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କରୋନା ଟୀକା ପାର୍ଶ୍ୱ ପ୍ରତିକ୍ରିୟାରେ ମୃତ୍ୟୁ : ପିଡୀତଙ୍କ ପରିବାରଙ୍କୁ ମିଳିବ କ୍ଷତିପୂରଣ

ନୂଆଦିଲ୍ଲୀ,୧୦|୩: ଦେଶର ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ କଡ଼ା ଚେତାବନୀ ଦେଇଛନ୍ତି । କେନ୍ଦ୍ର ସରକାରଙ୍କୁ କରୋନା ଟିକାର ପାର୍ଶ୍ୱପ୍ରତିକ୍ରିୟା କାରଣରୁ ହୋଇଥିବା କ୍ଷତି କିମ୍ବା ମୃତ୍ୟୁ ପାଇଁ ଏକ କ୍ଷତିପୂରଣ ନୀତି ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟର ବିଚାରପତି ବିକ୍ରମ ନାଥ ଏବଂ ବିଚାରପତି ସନ୍ଦୀପ ମେହେଟ୍ଟାଙ୍କୁ ନେଇ ଗଠନ ହୋଇଥିବା ଏକ ଖଣ୍ଡପୀଠରେ କରୋନା ଟିକାର ପାର୍ଶ୍ୱପ୍ରତିକ୍ରିୟା କାରଣରୁ ମୃତ୍ୟୁବରଣ କରିଥିବା ପିଡୀତଙ୍କ ପରିବାରଙ୍କୁ କ୍ଷତିପୂରଣ ଦେବା ପାଇଁ ଏକ ଆବେଦନର ଶୁଣାଣି କରିବା ସମୟରେ ଏହି ରାୟ ଶୁଣାଇଛନ୍ତି |

ସୂଚନାଯୋଗ୍ୟ , ସୁପ୍ରିମକୋର୍ଟରେ କୋଭିଡ୍ ୧୯ ଟିକାର ପାର୍ଶ୍ୱପ୍ରତିକ୍ରିୟା କାରଣରୁ ମୃତ୍ୟୁ ହୋଇଥିବା ଅଭଯୋଗର ଆବେଦନର ଶୁଣାଣି ଚାଲିଥିଲା | ଏହି ଆବେଦନରେ ମୃତକଙ୍କ ପାଇଁ କ୍ଷତିପୂରଣ ଦାବି କରାଯାଇଥିଲା। ତେବେ ଟୀକାକରଣ ପରେ ପାର୍ଶ୍ୱପ୍ରତିକ୍ରିୟା ତଦନ୍ତ ପାଇଁ ଏକ ବିଶେଷଜ୍ଞ ପ୍ୟାନେଲ ଗଠନ କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। କିନ୍ତୁ ସରକାରଙ୍କୁ ଏକ କ୍ଷତିପୂରଣ ନୀତି ପ୍ରସ୍ତୁତ କରିବା ଏବଂ ସମୟ ସମୟରେ ଟୀକାକରଣର ପାର୍ଶ୍ୱପ୍ରତିକ୍ରିୟା ସମ୍ପର୍କିତ ତଥ୍ୟ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ