ଏଲପିଜି ସଙ୍କଟ! ପରିସ୍ଥିତି ଆହୁରି ଜଟିଳ ହେବ: ପ୍ରିୟଙ୍କା ଗାନ୍ଧୀ
ନୂଆଦିଲ୍ଲୀ,୧୧।୩: ଆମେରିକା, ଇସ୍ରାଏଲ- ଇରାନ ମଧ୍ୟରେ ବିବାଦ ଏବେ ଏକ ବଡ଼ ସଙ୍କଟ ଆଣିଛି। ଦେଶରେ ଏଲପିଜି ଉପରେ ପକାଇଛି ବଡ଼ ପ୍ରଭାବ । ପରିସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏହା ଉପରେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଯଦି ପରିସ୍ଥିତିକୁ ଶୀଘ୍ର ଆୟତ୍ତ କରା ନ ଯାଏ ତେବେ ଆଗକୁ ଆହୁରି ଘନେଇବ ବୋଲି ସେ କହିଛନ୍ତି।
ମଧ୍ୟପ୍ରାଚ୍ୟ ମଧ୍ୟରେ ଥିବା ବିବାଦ ଭାରତରେ ଦେଖା ଦେଇଥିବା ଏଲପିଜି ସମସ୍ୟାକୁ ନେଇ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତିଯେ, ସଙ୍କଟ ଆହୁରି ଗଭୀର ହେଉଛି ଏବଂ ଆଗକୁ ଆହୁରି ଘନେଇବ। ନିକଟରେ ଟ୍ରମ୍ପଙ୍କ ସହ କରିଥିବା ବାଣିଜ୍ୟ ଚୁକ୍ତିରେ ଆମ ସରକାର ଯେଉଁଭଳି ଭାବରେ ଆମେରିକା ଆଗରେ ନଇଁ ପଡ଼ିଛି, ସଙ୍କଟ ଆଗକୁ ଆହୁରି ଗୁରୁତର ହେବ।

