Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମନ୍ତ୍ରୀ ନବ ଦାସ ହତ୍ୟା ମାମଲା; କ୍ରାଇମବ୍ରାଞ୍ଚ ରିପୋର୍ଟକୁ କଡା ସମାଲୋଚନା କଲେ ବିଜୟ ମହାପାତ୍ର, କହିଲେ…

ଭୁବନେଶ୍ବର: ଗତକାଲି ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଚାର୍ଜସିଟ ରିପୋର୍ଟ ଦାଖଲ କରିଥିଲା କ୍ରାଇମବ୍ରାଞ୍ଚ। ନବ ଦାସ ହତ୍ୟା ମାମଲାର ପ୍ରକୃତ ସତ ଜାଣିବା ଲାଗି କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଥିଲା। ଗତକାଲି ସମସ୍ତ ପ୍ରମାଣକୁ ଭିତ୍ତି କରି କ୍ରାଇମବ୍ରାଞ୍ଚ ରିପୋର୍ଟ ଦାଖଲ କରିଛି। ରିପୋର୍ଟରୁ ଜଣାପଡିଛି ଯେ ମୁଖ୍ୟ ଅଭିଯୁକ୍ତ ଏଏସଆଇ ଗୋପାଳ ଦାସ ବ୍ୟକ୍ତିଗତ ଶତ୍ରୁତା ଯୋଗୁ ଏ ହତ୍ୟାକାଣ୍ଡ ଭିଆଇଥିଲା।

ତେବେ ଏହାକୁ ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର। ସେ କ୍ରାଇମବ୍ରାଞ୍ଚକୁ କଡା ସମାଲେଚନା କରିଛନ୍ତି । ସେ କହିଛନ୍ତି କ୍ରାଇମବ୍ରାଞ୍ଚ କେବଳ ମାମଲାକୁ ଘୋଡାଇବା କାମ କରୁଛି । ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଚାର୍ଜସିଟ୍ ଦାଖଲ କରିଛି । ଯେଉଁଥିରେ ଗିରଫ ଅଭିଯୁକ୍ତ ଗୋପାଳ ଦାସ ବ୍ୟକ୍ତିଗତ ଶତ୍ରୁତା ଯୋଗୁ ହତ୍ୟା କରିଛି ବୋଲି କ୍ରାଇମବ୍ରାଞ୍ଚ କହିଛି । ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ବାସ୍ତବ ତଦନ୍ତ କରିନାହିଁ ବୋଲି ସେ ଦାବି କରିିଛନ୍ତି ।

ଏହି ମାମଲାରେ ହତ୍ୟାର ଉଦ୍ଦେଶ୍ୟ କଣ ଜାଣିବାର ଆବଶ୍ୟକତା ଥିଲା । କିନ୍ତୁ ଏହା ହୋଇନଥିବା ବିଜୟ ମହାପାତ୍ର କହିଛନ୍ତି । ଜବାବରେ ମନ୍ତ୍ରୀ ଅଶ୍ୱିନୀ ପାତ୍ର କହିଛନ୍ତି, ଅତୀତରେ ଯେଉଁଭଳି ସ୍ଥିତି ଥିଲା ତାହା ଏବେ ନାହିଁ । ଯେଉଁମାନେ ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନ କରୁଛନ୍ତି ସେମାନେ ଥର ପୂର୍ବସ୍ଥିତିକୁ ଦେଖିବା ଆବଶ୍ୟକ ବୋଲି ମନ୍ତ୍ରୀ କହିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ