Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମା ବ୍ରାହ୍ମଣ ଦେବୀ ଯାତ୍ରା; ମୀନାବଜାର, ମେଢ ଓ ପ୍ରସାଦର ମଜାନେଉଛନ୍ତି ଶ୍ରଦ୍ଧାଳୁ

ବେଲଗୁଣ୍ଠା; ଐତିହ ଓ ପରମ୍ପରା ସମ୍ପନ୍ନ ସହର ବେଲଗୁଣ୍ଠାର ପ୍ରସିଦ୍ଧ ମାଁ ବ୍ରାହ୍ମଣ ଦେବୀ ଯାତ୍ରା ଚାଲିଥିବା ବେଳେ ଦିନ କୁ ଦିନ ଶ୍ରଦ୍ଧାଳୁଙ୍କ ଗହଳି ବଢିବାରେ ଲାଗିଛି । ଅତ୍ୟାଧୁନିକ ସାଜସଜ୍ଜା, ପରମ୍ପରାଗତ ଆତସବାଜି ପ୍ରଦର୍ଶନ, ବିଭିନ୍ନ ଅନୁଷ୍ଠାନ ତରଫରୁ ସ୍ୱାଦିଷ୍ଠ ପ୍ରସାଦ ସେବନର ମଜା ନେବା ପାଇଁ ସହର ସାରା ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଭିଡ ଲାଗି ରହୁଥିବା ଦେଖିବାକୁ ମିଳିଛି । ଯାତ୍ରାର ପ୍ରଥମ ଦିନ ଠାରୁ ବେଲଗୁଣ୍ଠା ବଣିକ ସଂଘ ତରଫରୁ ବିଭିନ୍ନ ପ୍ରକାରର ପ୍ରସାଦ ସେବନ ବ୍ୟବସ୍ଥା କରାଯିବା କାର୍ଯ୍ୟକ୍ରମ ପ୍ରଶଂସନୀୟ ହୋଇପାରିଛି ।ବଣିକ ସଂଘ ସଭାପତି ସନ୍ନତ କୁମାର ସୁବୁଦ୍ଧି, ଉପସଭାପତି ସୁରେଶ କୁମାର ସାହୁ, ସମ୍ପାଦକ କୈଳାସ ମହାପାତ୍ର, ଉପଦେଷ୍ଟା ପ୍ରଶାନ୍ତ କୁମାର ସାହୁ, କୋଷାଧ୍ୟକ୍ଷ ବୁଲୁ ପାତ୍ରଙ୍କ ସହିତ ଅନ୍ୟ ସଦସ୍ୟମାନେ ପ୍ରତିଦିନ ସଂଧ୍ୟାରେ ପ୍ରସାଦ ତଥା ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରି ବଣ୍ଟନ କରୁଛନ୍ତି । ଉପମା,କାନିକା,ପୋଲାନ୍ନ,ଖିରୀ, ପକୁଡ଼ି,ଚାଉମିନ୍ ପରି ଖାଦ୍ୟ ଦୈନିକ ଶତାଧିକ ଶ୍ରଦ୍ଧାଳୁ ଭିଡ଼ ଜମାଇ ଖାଉଥିବା ଲକ୍ଷ୍ୟ କରାଯାଇଛି । ସେହିପରି ବିଭିନ୍ନ ପ୍ରକାରର ଅନୁଷ୍ଠାନ ତରଫରୁ ପାଣି,ପଣା, ମୃଦୁ ପାନୀୟ ମଧ୍ୟ ବଣ୍ଟନ କରାଯାଉଛି ।ଏଥି ସହିତ ବେଲଗୁଣ୍ଠା ମୁଖ୍ୟ ରାସ୍ତା କଡ଼ରେ ଥିବା ମୀନ ବଜାର ପଡ଼ିଆରେ ମଧ୍ୟ ଜନଗହଳି ପରିଲକ୍ଷିତ ହୋଇଛି । ସଂଧ୍ୟା ସମୟରେ ବେଲଗୁଣ୍ଠା ଆଖପାଖର ବହୁ ଦର୍ଶକ ମୀନା ବଜାରର ମଜା ନେଉଛନ୍ତି । ପଡ଼ିଆରେ ରାମ ଦୋଳି,ବ୍ରେକ୍ ଡ୍ୟାନ୍ସ ଦୋଳି,ଡ୍ରାଗୋନ୍ ଟ୍ରେନ୍, ଛୋଟ ଛୁଆଙ୍କ ପାଇଁ ବିଭିନ୍ନ ରକମର ଖେଳ ତଥା ଖାଇବା ପାଇଁ ଖୋଲିଥିବା ଚାଟ୍ ଷ୍ଟଲ୍, ଧୁଆଁ ବିସ୍କୁଟ,ବରଫ ଗୋଲା,ଆଇସ୍ କ୍ରିମ୍ ଷ୍ଟଲ୍ ରେ ଲମ୍ବା ଲମ୍ବା ଲାଇନ୍ ଲାଗୁଥିବା ଲକ୍ଷ୍ୟ କରାଯାଇଛି ।ଏହି ଅବସରରେ ଯାତ୍ରାର ସୌନ୍ଦର୍ଯ୍ୟକୁ ବୃଦ୍ଧି କରିବା ପାଇଁ ସା଼ହ ସାହି ରେ ମେଢ଼ ଓ ଆଲୋକ ସଜ୍ଜା ଅତି ସୁନ୍ଦର ହୋଇଛି । ଆସନ୍ତା ୩୦ରେ ଯାତ୍ରା ସମାପନ ହେବା ନେଇ ସୂଚନା ମିଳିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ