Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦିଲ୍ଲୀ ଉତ୍ତମ ନଗର ମାଛ ବଜାରରେ ଭୟଙ୍କର ଅଗ୍ନିକାଣ୍ଡ; ୪୦୦ ଝୁମ୍ପୁଡ଼ି ଜଳି ପୋଡି ପାଉଁଶ

ନୂଆଦିଲ୍ଲୀ,୧୨।୩: ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ! ଆଜି ସକାଳେ ଦିଲ୍ଲୀର ଉତ୍ତମ ନଗରର ମାଛ ବଜାର ଅଞ୍ଚଳରେ  ଭୟଙ୍କର ନିଆଁ ଲାଗିଛି। ନିଆଁରେ ଉକ୍ତ ଅଞ୍ଚଳରେ ଥିବା ଦୋକାନ ଏବଂ ବସ୍ତିଗୁଡ଼ିକୁ ଜଳି ପୋଡ଼ି ପାଉଁଶ ହୋଇଯାଇଛି।ନିଆଁର ପ୍ରକୋପ ଏତେ ଯୋରେ ଥିଲା ଯେ, ଅଗ୍ନିଶମ ବାହିନୀ ଦଳଗୁଡ଼ିକୁ ନିଆଁ ଲିଭାଇବାକୁ ଘଣ୍ଟା ଘଣ୍ଟା ଧରି ସଂଘର୍ଷ କରିବାକୁ ପଡ଼ିଛି। କିନ୍ତୁ ଏହି ଅଗ୍ନିକାଣ୍ଡରେ କୌଣସି ଜୀବନ କିମ୍ବା ସଂପତ୍ତି ନଷ୍ଟ ସମ୍ପର୍କରେ କୌଣସି ସୂଚନା ନାହିଁ।

ସୂଚନା ଅନୁସାରେ, କାଲି ରାତିରେ କୌଣସି କାରଣରୁ ହଠାତ୍ ନିଆଁ ଲାଗି ଝୁମ୍ପୁଡ଼ିରେ ଶୋଇଥିବା ଲୋକେ ବାହାରକୁ ଆସି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ନିଆଁର ଅଧିକ ପ୍ରକୋପ ଯୋଗୁଁ ବାସିନ୍ଦାମାନେ ନିଆଁ ଲିଭାଇବାରେ ସଫଳ ହୋଇ ପାରି ନଥିଲେ। ଖବର ପାଇ ୨୩ ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଥିଲେ । ତେବେ କାହିଁକି ଏବଂ କିପରୀ ନିଆଁ ଲାଗିଲା ତାର କାରଣ ଜଣାପଡି ନାହିଁ। ଏନେଇ ଅଗ୍ନିଶମକର୍ମଚାରୀ କିମ୍ବା ପ୍ରତ୍ୟକ୍ଷଦର୍ଶୀମାନେ ଅଗ୍ନିକାଣ୍ଡର କାରଣ ସମ୍ପର୍କରେ କୌଣସି ବିବରଣୀ ଦେଇ ପାରି ନାହାନ୍ତି। ଏହି ପ୍ରଳୟଙ୍କାରୀ ଅଗ୍ନିକାଣ୍ଡରେ ୪୦୦ ଝୁମ୍ପୁଡ଼ି ଜଳି ପାଉଁଶ ହୋଇଯାଇଥିବା କୁହାଯାଉଛି।

ସୂଚନା ଅନୁସାରେ, ମାଛ ବଜାର ନିକଟସ୍ଥ ମାଟିଆଲା ଅଞ୍ଚଳରେ ଏହି ଅଗ୍ନିକାଣ୍ଡ ଘଟିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ