ପିତାଙ୍କ ମୃତ୍ୟୁ ପରେ ଏବେ ପୁଅକୁ ଟାର୍ଗେଟ୍ ! ଆକ୍ରମଣରେ ଆହତ ହୋଇଛନ୍ତି ଇରାନର ନୂଆ ସର୍ବୋଚ୍ଚ ନେତା ଆୟାତୋଲ୍ଲା ମୋଜତବା ଖେମିନି
ୱାସିଂଟନ,୧୩।୩: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ପରେ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ତାଣ୍ଡବ ରଚି ଛି । ମିଶାଇଲ୍ କ୍ଷେପଣାସ୍ତ୍ର ଆକ୍ରମଣରେ ଅନେକ ଧ୍ଵଂସ ବିଧ୍ୱଂଶ ହୋଇଗଲାଣି ଅନେକ ପ୍ରମୁଖ ସାମରିକ କେନ୍ଦ୍ର । କିନ୍ତୁ ଏହା ମଧ୍ୟରେ ଆଉ ଏକ ଗୁରୁତତ୍ୱପୂର୍ଣ ଖବର ଆସିଛି । ଆୟାତୋଲ୍ଲା ମୋଜତବା ଖେମିନିଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଅନେକ ଦ୍ଵନ୍ଦ ଲାଗି ରହିଥିବାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ବୟାନ ଦେଇଛନ୍ତି। ଇରାନର ନୂଆ ସର୍ବୋଚ୍ଚ ନେତା ଗୁରୁତର ଭାବେ ଆହତ ହୋଇଥିବା ନେଇ ସେ ଦାବି କରିଛନ୍ତି। ଫକ୍ସ ନ୍ୟୁଜ ରେଡିଓରେ ଟ୍ରମ୍ପବ୍ରାଏନ୍ କିଲମିଡ୍ ଶୋ”ରେ ମୋଜତବା ଜୀବିତ ନା ମୃତ ବୋଲି ପ୍ରଶ୍ନ କରାଯାଇଥିଲା। ଏଥିରେ ଟ୍ରମ୍ପ ସ୍ପଷ୍ଟ କହିଥିଲେ, ସେ ଜୀବିତ ଥାଇପାରନ୍ତି, କିନ୍ତୁ ଗୁରୁତର ଭାବେ ଆହତ ହୋଇଛନ୍ତି। ତେବେ ଇରାନ ଉପରେ ଆମେରିକା ଓ ଇସ୍ରାଏଲ ପକ୍ଷରୁ କରାଯାଇଥିବା ମିଳିତ ଆକ୍ରମଣ ପରଠାରୁ ମୋଜତବା ଖେମିନିଙ୍କୁ ସର୍ବସାଧାରଣରେ ଦେଖାଯାଇନି।
ସୂଚନା ଯୋଗ୍ୟ, ଗତ ଫେବ୍ରୁଆରି ୨୮ ତାରିଖରେ ଆମେରିକାର ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ମୃତ୍ୟୁ ହୋଇଥିଲା। ଆଉ ଏହି ଆକ୍ରମଣରେ ମୋଜତବା ଗୁରୁତର ଭାବେ ଆହତ ହୋଇପାରି ଥାନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇବା ପରେ ଆମେରିକା ରାଷ୍ଟ୍ରପତିଙ୍କ ଏହି ମନ୍ତବ୍ୟ ଏବେ ଚର୍ଚ୍ଚାକୁ ଆସିଛି। ଦି ସନର ଏକ ରିପୋର୍ଟ ମୁତାବକ, ୫୬ ବର୍ଷୀୟ ଧର୍ମଗୁରୁ କୋମାରେ ଅଛନ୍ତି ଏବଂ ଆକ୍ରମଣରେ ଗୁରୁତର ଆହତ ହେବା ପରେ ଗୋଟିଏ କିମ୍ବା ଦୁଇଟି ଯାକ ଗୋଡ ହରାଇଛନ୍ତି। ଏହି ଆକ୍ରମଣରେ ମୋଜତବାଙ୍କ ପାକସ୍ଥଳୀ ଓ ଯକୃତ ମଧ୍ୟ ନଷ୍ଟ ହୋଇଛି। ଏହାପରେ ତାଙ୍କୁ ତେହେରାନର ସିନା ବିଶ୍ବବିଦ୍ୟାଳୟ ହସ୍ପିଟାଲରେ ଚିକିତ୍ସା କରାଯାଉଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏନେଇ ଇରାନ ମଧ୍ୟ କହିଥିଲା ଯେ, ମୋଜତବା ଆକ୍ରମଣରେ ଆହତ ହୋଇଛନ୍ତି। ମାତ୍ର ସେ ସୁରକ୍ଷିତ ଅଛନ୍ତି ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ହେଉଛି। ଅନ୍ୟପଟେ, ସାଇପ୍ରସରେ ତେହେରାନର ରାଷ୍ଟ୍ରଦୂତ ଦି ଗାର୍ଡିଆନକୁ କହିଛନ୍ତି ଯେ, ସେ ଆକ୍ରମଣରେ ଆହତ ହୋଇଛନ୍ତି ଏବଂ ବୋମାମାଡ଼ରୁ ବଞ୍ଚି ଯାଇଥିବାରୁ ତାଙ୍କୁ ଭାଗ୍ୟବାନ ବୋଲି ବର୍ଣ୍ଣନା ମଧ୍ୟ କରିଛନ୍ତି।
ଏହି ବିଷୟ ଉପରେ ପ୍ରତିକ୍ରିୟା ଦେଇ କୂଟନୀତିଜ୍ଞ ଆଲିରେଜା ସାଲାରିଆନ୍ କହିଛନ୍ତିଯେ, ମୁଁ ଶୁଣିଛି ମୋଜତବାଙ୍କ ଗୋଡ ଏବଂ ହାତରେ ଗଭୀର ଆଘାତ ଲାଗିଛି। ମୁଁ ଭାବୁଛି ସେ ଆହତ ହୋଇଥିବାରୁ ହସ୍ପିଟାଲରେ ରହିଛନ୍ତି । ତେବେ ମୋଜତବାଙ୍କ ସର୍ବୋଚ୍ଚ ନେତା ଘୋଷଣା ହେବା ପରେ ଇରାନର ସରକାରୀ ଟେଲିଭିଜନ ତାଙ୍କର ପ୍ରଥମ ବିବୃତି ପ୍ରସାରଣ କରିଥିଲା । ଯେଉଁ ବିବୃତିରେ, ମୋଜତବା ଚେତାବନୀ ଦେଇଥିଲେ ଯେ, ଇରାନ ସଂଘର୍ଷରେ ପ୍ରାଣ ହରାଇଥିବା ଲୋକଙ୍କ ମୃତ୍ୟୁର ସେ ପ୍ରତିଶୋଧ ନେବେ ଏବଂ ମଧ୍ୟପ୍ରାଚ୍ୟରେ ଥିବା ସମସ୍ତ ଆମେରିକୀୟ ଏୟାର ବେସ୍ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ଚେତାବନୀ ଦେଇଥିଲେ। ସେ ଇରାନ ଯୁଦ୍ଧ ପାଇଁ କ୍ଷତିପୂରଣ ମାଗିବ ବୋଲି ମଧ୍ୟ ଦେଇଥିଲେ । ଯଦି ଏହି ଦାବି ପୂରଣ ନ ହୁଏ ତେବେ ବିଦେଶୀ ସମ୍ପତ୍ତିକୁ ଟାର୍ଗେଟ କରିପାରିବ। ତେବେ ମୋଜତବାଙ୍କ ଏହି ମନ୍ତବ୍ୟ ପରେ ଆମେରିକା ଓ ଇସ୍ରାଏଲ ଅଧିକ ଭୟଙ୍କର ରୂପ ଧାରଣ କରିଛନ୍ତି।

