Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଆଙ୍କୁ ମାରି ବସ୍ତାରେ ଭର୍ତ୍ତି କରି ଫିଙ୍ଗିଦେଲେ ପୁଅ ଓ ବଡ ବୋହୁ!

ଗୁଜରାଟ,୧୪।୩: ଗୁଜରାଟର ସହରରେ ଘଟିଥିବା ଏକ ଭୟଙ୍କର ଘଟଣା ସଭିଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ରାସ୍ତା ପରିଷ୍କାର କରୁଥିବା କର୍ମଚାରୀମାନେ ଏକ ମନ୍ଦିର ନିକଟରେ ପଡିଥିବା ଗୋଟିଏ ବସ୍ତା ଦେଖି ସନ୍ଦେହ କରି ଖୋଲିଥିଲେ । ବସ୍ତା ଭିତର ଦେଖି ପୁରା ଆଶ୍ଚର୍ଯ୍ୟ ହୋଇଥିଲେ। ଭିତରେ ଥିଲା ଜଣେ ମହିଳାଙ୍କ ମୃତଦେହ । ପରେ ପୋଲିସ ତଦନ୍ତ କରି ଜାଣିଲା ଯେ ସେହି ମହିଳାଙ୍କ ନାମ ହାମିଦା ଖାତୁନ । ଘଟଣାଟି ଆଉ ଅଧିକ ଚମତ୍କାର କରିଦେଲା, ଯେତେବେଳେ ପୋଲିସ ଧୀରେ ଧୀରେ ଘଟଣାର ସତ୍ୟ ଖୋଜିବାକୁ ଲାଗିଲା ।

ତଦନ୍ତରେ ପ୍ରକାଶ ପାଇଲା ଯେ, ଏହି ହତ୍ୟାରେ ମୃତ ମହିଳାଙ୍କ ନିଜ ପୁଅ, ଏବଂ ତାଙ୍କ ବଡ ବୋହୁ ଶବାନା ଓ ଶବାନାଙ୍କ ବାପା ଫିରୋଜ ଆଲମ ଜଡିତ ଥିଲେ । ଦିଅର ଓ ଭାଉଜ ଅର୍ଥାତ ପରଭେଜ ଓ ଶବାନାଙ୍କ ମଧ୍ୟରେ ଅବୈଧ ସମ୍ପର୍କ ଥିବା କଥା ମା’ ଜଣା ପଡିଯାଇଥିଲା ଓ ସେ ଏହାକୁ ବିରୋଧ କରୁଥିଲେ । ଏହି କଥାକୁ ନେଇ ଘରେ ବାରମ୍ବାର ଝଗଡା ମଧ୍ୟ ହେଉଥିଲା । ଶେଷରେ ଏହି ରାଗ ଓ ପ୍ରତିଶୋଧରୁ ତିନିଜଣ ମିଶି ମହିଳାଙ୍କ ଗଳା କାଟି ନୃଶଂସ ଭାବେ ହତ୍ୟା କରିଲେ ଏବଂ ପରେ ମୃତଦେହକୁ ବସ୍ତାରେ ଭର୍ତ୍ତି କରି ଘର ଠାରୁ କିଛି ଦୂରେ ଫିଙ୍ଗିଦେଇଥିଲେ । ପରେ ପୋଲିସ ତଦନ୍ତ କରି ସମସ୍ତଙ୍କୁ ଗିରଫ କରିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ