ଲଡୁଗାଁ ଠାରେ ନିଶୁକ୍ଳ କୁତ୍ରିମ ଅଙ୍ଗ ପ୍ରତ୍ୟାରୋପଣ ଶିବିର ନେଇ ପ୍ରସ୍ତୁତି ଚୂଡାନ୍ତ।
କଳାହାଣ୍ଡି,୧୪/୦୩
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ମାରୱାଡି ଯୁବା ମଞ୍ଚ ପକ୍ଷରୁ ଆସନ୍ତା୧୬ ରୁ ୧୮ ତାରିଖ ପର୍ଯ୍ୟନ୍ତ ଏକ ନିଶୁକ୍ଳ କୁତ୍ରିମ ଅଙ୍ଗ ପ୍ରତ୍ୟାରୋପଣ ଶିବିର ଶ୍ରୀ ଭଗବାନ ମହାବୀର ବିକଳାଙ୍ଗ ସହାୟତା ସମିତି ରାଞ୍ଚି ର ମିଳିତ ସହଯୋଗରେ ଆୟୋଜନ କରାଯାଇଛି। ଏହି ଶିବିର ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅନୁଷ୍ଠିତ ହେବ। ଏନେଇ ଲଡୁଗାଁ ମାରୱାଡି ଯୁବା ମଞ୍ଚ ପକ୍ଷରୁ ରେଜିଷ୍ଟ୍ରେସନ ଆରମ୍ଭ କରାଯାଇଛି। ଏହାସହ ରୋଗୀ ଙ୍କ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯିବ। ମାରୱାଡି ଯୁବା ମଞ୍ଚ ଲଡୁଗାଁ ଶାଖା ର ସଭାପତି ସାହିଲ ଅଗ୍ରୱାଲ, ସଚିବ ଗୌରବ ଅଗ୍ରୱାଲ, କାର୍ଯ୍ୟକାରୀ ଅଧ୍ୟକ୍ଷ ରୋ ନ କ ଅଗ୍ରୱାଲ, ସଦସ୍ୟ ରାଜୀବ କୁମାର ଅଗ୍ରୱାଲ,ସମୀର ଅଗ୍ରୱାଲ, ଅମିତ ଅଗ୍ରୱାଲ,ଶ୍ୟାମୁ ଶର୍ମା,ପଙ୍କଜ ଅଗ୍ରୱାଲ ପ୍ରମୁଖ ସୂଚନା ଦେଇଛନ୍ତି।

