Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆରମ୍ଭ ହେଲା ରାଜ୍ୟସଭା ପାଇଁ ମତଦାନ: ପ୍ରଥମେ ଭୋଟ୍ ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ

ଭୁବନେଶ୍ବର,୧୬।୩: ରାଜ୍ୟସଭା ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ବିଧାନସଭାର ୫୪ ନଂ ପ୍ରକୋଷ୍ଠରେ ଭୋଟିଂ ଚାଲିଛି। ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ। ଭୋଟ ଦେବା ପାଇଁ ବିଧାୟକଙ୍କ ବିଧାନସଭାରେ ପହଞ୍ଚୁଥିବା ଦେଖିବାକୁ ମିଳିଛି । ୪ଟି ଆସନ ପାଇଁ ୫ ପ୍ରାର୍ଥୀ। ରୋଚକ ହେବ ଲଢେଇ । ପ୍ରାର୍ଥୀ କରିବେ ନିଜ ଭାଗ୍ୟ ପରୀକ୍ଷା। ମୁହାଁମୁହିଁ ହେବ ଲଢେଇ।

ଦୀର୍ଘଦିନରୁ ଅପେକ୍ଷା କରି ରହିଥିବା ରାଜ୍ୟସଭା ନିର୍ବାଚନ ଆଜି ଆରମ୍ଭ ହୋଇଛି । ତେବେ ମତଦାନ ଆରମ୍ଭ ହେବା ମାତ୍ରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରଥମେ ଭୋଟ୍‌ ଦେଇଛନ୍ତି। ପୂର୍ବରୁ ପାରାଦୀପରେ ରହିଥିବା ବିଜେପି ବିଧାୟକମାନେ ବିଧାନସଭାରେ ପହଞ୍ଚି ଭୋଟଦାନ ପ୍ରକୋଷ୍ଠକୁ ଯାଇଛନ୍ତି ଭୋଟ ଦେବା ପାଇଁ । ସେପଟେ ବିଜେଡି ବିଧାୟକମାନେ ନବୀନ ନିବାସରେ ପହଂଚିଛନ୍ତି । ସେମାନେ ନବୀନ ନିବାସରୁ ବାହାରି ସିଧା ବିଧାନସଭା ଅଭିମୁଖେ ଯିବେ। ଭୋଟ ଦେବେ । ତେବେ ମତଦାନ ଶେଷ ହେବା ପରେ ଅପରାହ୍ନ ୫ ଟାରେ ଗଣତି ହେବ ବୋଲି ସୂଚନା ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ