ଏସ୍ସିବି ଅଗ୍ନିକାଣ୍ଡ ଘଟଣା ; ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧୀଙ୍କ ହଟ୍ଟଗୋଳ, ବାଚସ୍ପତିଙ୍କ ମୁଲତବୀ ଘୋଷଣା
ଭୁବନେଶ୍ୱର, ୧୭|୩: ବିଧାନସଭାରେ SCB ଅଗ୍ନିକାଣ୍ଡ ଘଟଣାକୁ ନେଇ ବିରୋଧୀ ହଟ୍ଟଗୋଳ ଆରମ୍ଭ କରିଛନ୍ତି | ବିରୋଧୀଙ୍କ ଗୃହରେ କମ୍ପମାନ ହୋଇଛି ଗୃହ | ଗୃହ ଆରମ୍ଭ ହେବା ମାତ୍ରେ ବିରୋଧୀ ନେତା ମାନେ ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ ଓ ହଙ୍ଗାମା ଆରମ୍ଭ କରି ଦେଇଛନ୍ତି । ବାଚସ୍ପତିଙ୍କ ବାରମ୍ବାର ଅନୁରୋଧ ପରେ ବି କାହା କଥା ଶୁଣିନଥିଲେ ବିରୋଧୀ । ଶେଷରେ ବାଚସ୍ପତି ବିଧାନସଭାକୁ ଆଜି ଦିନ ୧୨ ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।
ସୂଚନାଯୋଗ୍ୟ, ରବିବାର ବିଳମ୍ବିତ ରାତିରେ କଟକ ବଡ଼ ମେଡିକାଲରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା |ଯେଉଁଥିରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି | ଆଉ ଏବେ ଏହି ଘଟଣାକୁ ନେଇ ଶାସକ ଦଳକୁ ଲଗାତର ଭାବେ ଟାର୍ଗେଟ କରିଆସୁଛନ୍ତି ବିରୋଧୀ । ବିଧାନସଭାର ଅଧିବେଶନ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟ ଗୃହ ମଧ୍ୟ ଭାଗକୁ ଆସି ହୋହାଲ୍ଲା ଏବଂ ହଟ୍ଟଗୋଳ କରିଥିଲେ । ଏହାସହିତ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଇସ୍ତଫା ଦାବି ମଧ୍ୟ କରିଥିଲେ ବିରୋଧୀ । ତେବେ ଏହି ଘଟଣାକୁ ନେଇ ଗୃହରେ ମୁହାଁମୁହିଁ ହୋଇଥିଲେ ଶାସକ ଏବଂ ବିରୋଧୀ । କେବେଳ ସେତିକି ନୁହେଁ ଗୃହ ମଧ୍ୟ ଭାଗକୁ ଆସି ପ୍ଲାକାର୍ଡ ଧରି ବିରୋଧ ପ୍ରଦର୍ଶନ କରିଥିଲେ ବିରୋଧୀ ।
ଅନ୍ୟପଟେ ବାଚସ୍ପତି ଗୃହର କାର୍ଯ୍ୟ ସୁରୁଖୁରୁରେ ସମ୍ପାଦନ କରିବା ପାଇଁ ବିରୋଧୀଙ୍କୁ ଅନୁରୋଧ କରିଥିଲେ । କିନ୍ତୁ ବିରୋଧୀ ସଦସ୍ୟ କୌଣସି କଥା ଶୁଣିନଥିଲେ । ଶେଷରେ ବାଚସ୍ପତି ବାଧ୍ୟ ହୋଇ ବିଧାନସଭାକୁ ଆଜି ଦିନ ୧୨ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି |

