ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ; ସସ୍ପେଣ୍ଡ ହେଲେ ୩ ବିଧାୟକ, କଂଗ୍ରେସ ନେଲା କଠୋର କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର,୧୭|୩: ଅଡୁଆ ହେଲା ପରିସ୍ଥିତି | କ୍ରସ ଭୋଟିଂ କରି ସସ୍ପେଣ୍ଡ ହେଲେ କଂଗ୍ରେସର ୩ ବିଧାୟକ | ଭାରି ପଡିଲା ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ । ବାରବାଟୀ ବିଧାୟକ ସୋଫିଆ ଫିର୍ଦ୍ଦୋସ, ରମେଶ ଜେନା ଓ ଦାଶରଥି ଗମାଙ୍ଗଙ୍କୁ ସସ୍ପେଣ୍ଡ କଲା କଂଗ୍ରେସ । ସେହିପରି କଟକ ନଗର ସଭାନେତ୍ରୀ ଗିରିବାଳା ବେହେରାଙ୍କୁ ମଧ୍ୟ କଂଗ୍ରେସ ପକ୍ଷରୁ ବହିଷ୍କାର କରାଯାଇଛି। ସୂଚନା ଅନୁସାରେ, ରମେଶ, ସୋଫିଆ ଓ ଦାଶରଥିଙ୍କୁ ବହିଷ୍କାର କରିବା ଲାଗି AICC ର ଅନୁମତି ଲୋଡ଼ାଯାଇଛି | ଏନେଇ ଅରବିନ୍ଦ ଦାସ ସୂଚନା ଦେଇଛନ୍ତି |
କଟକ ନଗର ସଭାନେତ୍ରୀ ଗିରିବାଳା ବେହେରାଙ୍କୁ ମଧ୍ୟ କଂଗ୍ରେସ ବହିଷ୍କାର କରିଛି । ପ୍ରାଥମିକ ସଦସ୍ୟତା ପଦରୁ କଂଗ୍ରେସ ପକ୍ଷରୁ ବହିଷ୍କାର କରାଯାଇଛି |
ସୂଚନାଯୋଗ୍ୟ, ସୋମବାର ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନ୨୦୨୬ରେ ଏହି ତିନିଜଣ ବିଧାୟକ କ୍ରସ ଭୋଟିଂ କରିଥିଲେ । ସେମାନେ ଦଳର ନୀତି ଏବଂ ନିର୍ଦ୍ଦେଶର ବିରୁଦ୍ଧରେ ଯାଇଥିଲେ । ଏହି ଘଟଣାକୁ ଗୁରୁତର ସହ ନେଇ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି।

