Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୩୬ ଘଣ୍ଟା ଧରି ପୁରୁଷଙ୍କ ମଳଦ୍ଵାରରେ ଅଟକି ରହିଥିଲା ବୋତଲ; ଦେଖି ଡାକ୍ତର ବି ଆଶ୍ଚର୍ଯ୍ୟ!

ଉତ୍ତର ପ୍ରଦେଶ ,୧୭|୩: ଉତ୍ତର ପ୍ରଦେଶର ଆଗ୍ରାରୁ ଏକ ଚମକି ଦେଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି | ଜଣେ ୩୮ ବର୍ଷୀୟ ବିବାହିତ ପୁରୁଷଙ୍କ ଶରୀରରେ ପାଣି ବୋତଲ ପ୍ରାୟ ୩୬ ଘଣ୍ଟା ଧରି ଅଟକି ରହିଥିଲା । ଏକ ଲିଟରର ଏକ ପାଣି ବୋତଲ ତାଙ୍କ ମଳଦ୍ଵାରରେ ଫସି ରହିଥିଲା | କିଛି ସମୟ ପରେ ଯନ୍ତ୍ରଣା ହେବାରୁ ପରିବାର ଲୋକେ ତାଙ୍କୁ ନବଦ୍ୱୀପ ହସ୍ପିଟାଲକୁ ନେଇଥିଲେ । ଡାକ୍ତରମାନେ ପ୍ରଥମେ ଘଟଣାକୁ ସାଧାରଣ ଭାବେ ନେଲେ, କିନ୍ତୁ ଏକ୍ସ-ରେ ରିପୋର୍ଟ ଆସିବା ପରେ ଯାହା ଦେଖିଲେ ସେଥିରେ ସମସ୍ତେ ଆଶ୍ଚର୍ୟଚକିତ ହୋଇଯାଇଥିଲେ । ଡାକ୍ତରମାନେ ଏକ୍ସ-ରେ କରିବା ପରେ ବୋତଲଟି ଭିତରେ ଅଟକିଥିବା କଥା ନିଶ୍ଚିତ ହୋଇଥିଲା ଏବଂ ତୁରନ୍ତ ଚିକିତ୍ସା ଆରମ୍ଭ କରାଯାଇଥିଲା ।

ଅପରେସନ୍ ଥିଏଟରରେ ପ୍ରାୟ ୭୦ ମିନିଟ୍‌ ଧରି ଚାଲିଥିବା ଅସ୍ତ୍ରୋପଚାର ପରେ ଡାକ୍ତରମାନେ ସାବଧାନତାର ସହିତ ବୋତଲଟିକୁ ବାହାର କରିବାରେ ସଫଳ ହୋଇଥିଲେ । ଏ ଘଟଣାକୁ ନେଇ ଆତଙ୍କିତ ଅବସ୍ଥାରେ ସମସ୍ତେ ରହିଥିଲେ | ଡାକ୍ତର ମାନଙ୍କ ବହୁତ ଚେଷ୍ଟା ପରେ ଶେଷରେ ଶେଷ ମୁହୂର୍ତ୍ତରେ ରୋଗୀଙ୍କୁ ବଞ୍ଚାଇ ଦିଆଯାଇଥିଲା । କିଛି ଦିନ ନିରୀକ୍ଷଣ ପରେ ସେ ସୁସ୍ଥ ହୋଇଥିଲେ । ଡାକ୍ତରଙ୍କ କହିବା ଅନୁସାରେ, ଏହା ଏକ ମାନସିକ ସମସ୍ୟା, ସାଇକୋ-ସେକ୍ସୁଆଲ ଡିସଅର୍ଡର- କାରଣରୁ ଘଟିଥିଲା । ଡାକ୍ତରମାନେ ଏହି କେସ୍‌କୁ ଅତ୍ୟନ୍ତ ଜଟିଳ କେସ ବୋଲି କହିଛନ୍ତି |ଯାହା ସମସ୍ତଙ୍କୁ ଆଶ୍ଚର୍ୟରେ ପକାଇଦେଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ