ନୋରା ଫତେହିଙ୍କ ନୂଆ ଗୀତ ଉପରେ ଲାଗିବ କଟକଣା! NHRC ଜାରି କଲା ନୋଟିସ୍ !
ସଞ୍ଜୟ ଦତ୍ତ ଓ ନୋରା ଫତେହିଙ୍କ ଅଭିନୀତ ନୂତନ ଚଳଚ୍ଚିତ୍ର “KD: The Devil” ର ଗୀତ “ସରକେ ଚୁନର ତେରି ” କୁ ନେଇ ସମଗ୍ର ଦେଶରେ ବିବାଦ ସୃଷ୍ଟି ହୋଇଛି । ଏହି ଗୀତରେ ଅଭିନୟ କରିଛନ୍ତି । ଗୀତଟିର ଲିରିକ୍ସ ଓ ଭିଜୁଆଲ୍କୁ “ଅଶ୍ଳୀଳ ଓ ଅନୁଚିତ” ବୋଲି କହି ସୋସିଆଲ୍ ମିଡିଆରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଏହା ପରେ ସେଣ୍ଟ୍ରାଲ ବୋର୍ଡ ଅଫ ଫିଲ୍ମ ସାର୍ଟିଫିକେସନ(CBFC) ନିକଟରେ ଗୀତଟିକୁ ବ୍ୟାନ୍ କରିବା ନେଇ ଅଭିଯୋଗ ହୋଇଛି । ସେଣ୍ଟ୍ରାଲ ବୋର୍ଡ ଅଫ ଫିଲ୍ମ ସାର୍ଟିଫିକେସନ ହେଉଛି ଏକ ଅନୁଷ୍ଠାନ ଯିଏ ସିନେମା କଣ୍ଟେଣ୍ଟକୁ ସର୍ଟିଫିକେଟ୍ ଦେଇଥାଏ | ସେହିପରି ନ୍ୟାସନାଲ ହ୍ୟୁମାନ ରାଇଟ୍ସ କମିଶନ (NHRC) ମଧ୍ୟ ଏହାକୁ ଗୁରୁତର ସହ ନେଇ ନୋଟିସ୍ ଜାରି କରିଛି । ବିବାଦ ବଢ଼ିବା ପରେ ଗୀତଟିକୁ YouTube ସହିତ ଅନ୍ୟାନ୍ୟ ପ୍ଲାଟଫର୍ମରୁ ମଧ୍ୟ ହଟାଇ ଦିଆଯାଇଥିବାର ସୂଚନା ମିଳିଛି ।
ଏହି ଗୀତକୁ ନେଇ ସାଧାରଣ ଲୋକମାନଙ୍କ ମଧ୍ୟରେ ଭିନ୍ନ ମତ ଦେଖିବାକୁ ମିଳୁଛି । କିଛି ଲୋକ କହୁଛନ୍ତିଯେ, ଏପରି ଗୀତ ସମାଜରେ ଅଶ୍ଳୀଳତା କୁ ପ୍ରଶ୍ରୟ ଦେଉଛି ଏବଂ ଯୁବପିଢ଼ୀଙ୍କ ଉପରେ କୁ ପ୍ରଭାବ ପକାଉଛି | ଅନ୍ୟପଟେ ଆଉ କିଛି ଲୋକ ଏହାକୁ ସୃଜନାତ୍ମକ ସ୍ୱାଧୀନତା ବୋଲି ସମର୍ଥନ କରୁଛନ୍ତି । ଏହି ଘଟଣା ପରେ ଭାରତରେ କଣ୍ଟେଣ୍ଟ ନିୟନ୍ତ୍ରଣ ଓ ସେନ୍ସରସିପ୍କୁ ନେଇ ନୂତନ ଚର୍ଚ୍ଚା ଆରମ୍ଭ ହୋଇଛି । ବର୍ତ୍ତମାନ ସ୍ଥିତିରେ ଗୀତଟି ହଟାଯାଇଥିବା ସହ ଏହା ଉପରେ ଆଇନଗତ ତଦନ୍ତ ଚାଲିଛି, ଯାହା ଫଳରେ ଆଗାମୀଦିନରେ ଏପରି କଣ୍ଟେଣ୍ଟ ଉପରେ ଅଧିକ କଠୋର ନିୟମ ଅଣାଯାଇପାରେ ବୋଲି ସୂଚନା ମିଳିଛି ।

