ଦଳ ବିରୋଧୀ କାର୍ଯ୍ୟ ପାଇଁ ସୋଫିଆଙ୍କୁ ନିଲମ୍ବନ! ବାପାଙ୍କ ଦଳରେ ହେବେ କି ସାମିଲ?
ଭୁବନେଶ୍ଵର ,୧୭|୩ : ରାଜ୍ୟସଭା ନିର୍ଵାଚନ ୨୦୨୬ | ୪ଟି ଖାଲି ଆସନ ପାଇଁ ହୋଇଥିଲା ନିର୍ବାଚନ | ନାମାଙ୍କନ ଭରିଥିଲେ ୫ ପ୍ରାର୍ଥୀ | ଗତକାଲି ବିଧାନସଭାର ଗୃହରେ ଅନୁଷ୍ଠିତ ହୋଇଥିଲା ନିର୍ବାଚନ |ଏହି ନିର୍ବାଚନରେ ବିଜେପିର ପ୍ରଥମ ଏବଂ ଦ୍ୱିତୀୟ ଆସନ ପାଇଁ ଶ୍ରୀ ମନମୋହନ ସାମଲ ଏବଂ ସୁଜିତ କୁମାର ପ୍ରାର୍ଥୀ ହୋଇ ବିଜୟ ଲାଭ କରିଥିବା ବେଳେ ବିଜେଡିରୁ ତୃତୀୟ ଆସନ ପାଇଁ ବିଜୟୀ ହୋଇଛନ୍ତି ସଂତୃପ୍ତ ମିଶ୍ର | ସେହିପରି ବିଜେପି ସମର୍ଥନରେ ଛିଡା ହୋଇଥିବା ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ବିଜେଡିର ଚତୁର୍ଥ ଆସନ ପାଇଁ କମନ ପ୍ରାର୍ଥୀ ହୋଇଥିବା ଦତ୍ତେଶ୍ୱର ହୋତାଙ୍କୁ ହରାଇ ଚତୁର୍ଥ ଆସନକୁ ନିଜ ନାଁରେ କରିଛନ୍ତି |
କିନ୍ତୁ ଏହି ନିର୍ବାଚନକୁ ନେଇ ଏକ ଅକଡ଼ିକ ବିଧାୟକଙ୍କୁ ନିଲମ୍ବନ କରାଯାଇଛି | ଦଳର ହ୍ୱିପକୁ ଅମାନ୍ୟ କରି କ୍ରସ ଭୋଟିଂ କରିଛନ୍ତି | ଦଳର ବିରୁଦ୍ଧରେ ଯାଇ ଅନ୍ୟ ପ୍ରାର୍ଥୀଙ୍କୁ ଭୋଟ ଦେଇଛନ୍ତି | ଯେଉଁଥିପାଇଁ ଦଳ ପକ୍ଷରୁ ଏକାଧିକ ନେତାଙ୍କୁ ନିଲମ୍ବନ କରାଯାଇଛି | ଏହି ତାଲିକାରେ ରହିଛନ୍ତି, କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ, ରମେଶ ଜେନା ଏବଂ ସୋଫିଆ ଫିର୍ଦ୍ଦୋସ | କିନ୍ତୁ ଚର୍ଚ୍ଚାର ପରିସରକୁ ବିଶେଷ ଭାବରେ ଆସିଛନ୍ତି ସୋଫିଆ | ଅନ୍ୟପଟେ, ଆଜି ନିଲମ୍ବିତ ହୋଇଥିବା ବିଧାୟକମାନଙ୍କୁ ଗୋଟିଏ ପ୍ଲାଟଫର୍ମରେ ସାମିଲ୍ ହେବାକୁ ଆହ୍ବାନ ଦେଇଛନ୍ତି ମହମ୍ମଦ ମୋକିମ୍ । ଝିଅ ସୋଫିଆଙ୍କ ନିଲମ୍ବନ ଉପରେ ସେ ନିଜର ପ୍ରତିକ୍ରିୟା ରଖିଛନ୍ତି | ସେ କହିଛନ୍ତିଯେ, କଂଗ୍ରେସ ଦଳ ସୋଫିଆଙ୍କୁ ଅଣଦେଖା କରୁଥିଲା। ଦଳ ପକ୍ଷରୁ ମୋତେ ବହିଷ୍କାର କରିବା ପରେ ତାକୁ ଆହୁରି ଅଧିକ ଅଣଦେଖା କରାଯାଉଥିଲା। ଏପରିକି କଟକରେ କାହାକୁ ଦଳରେ ମିଶାଇଲେ ବି ଜଣାଉ ନ ଥିଲେ। ଦଳର ମହିଳା କାର୍ଯ୍ୟକ୍ରମକୁ ମଧ୍ୟ ଡାକୁ ନ ଥିଲେ। ଆଗକୁ ଝିଅ ସୋଫିଆକୁ ଯଦି ଦଳ ବହିଷ୍କାର କରେ ତେବେ ଓଡ଼ିଶା-ଜନତା-କଂଗ୍ରେସ ପାଇଁ କାମ କରିବ ବୋଲି ସେ ସୂଚନା ଦେଇଛନ୍ତି |

