Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହିମା ସ୍ନାତକ ମହାବିଦ୍ୟାଳୟରେ ‘ପୋଷ’ ଆଇନ ସଚେତନତା କାର୍ଯ୍ୟକ୍ରମ

ଝାରସୁଗଡ଼ା ୧୮/୦୩ (ଓଡ଼ିଶା ନ୍ୟୁଜ୍) ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ପଞ୍ଚଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିଜାପାଲି ମହିମା ସ୍ନାତକ ମହା ବିଦ୍ୟାଳୟରେ ବୁଧବାର “ପୋଷ” ଆଇନ-୨୦୧୩’ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସୁରକ୍ଷିତ ଶିକ୍ଷା ପରିବେଶ ସୃଷ୍ଟି ଓ ନାରୀ ସୁରକ୍ଷାକୁ ମଜବୁତ କରିବା ଉଦ୍ଦେଶ୍ୟରେ ମହାବିଦ୍ୟାଳୟର ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ଆଇସିସି) ଆନୁକୂଲ୍ୟରେ ଏହା ଆୟୋଜିତ ହୋଇଥିଲା।
ମହାବିଦ୍ୟାଳୟର ଅଧ୍ୟକ୍ଷ ରମଣୀ ରଞ୍ଜନ ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ବକ୍ତା ଭାବେ ରେଙ୍ଗାଲି ଥାନାର ଏସ.ଆଇ. ପୁଷ୍ପା ଖମାରୀ ଯୋଗଦେଇ ମହିଳାଙ୍କ ସୁରକ୍ଷା ସମ୍ବନ୍ଧୀୟ ଆଇନଗତ ବ୍ୟବସ୍ଥା ଓ ସଚେତନତାର ଆବଶ୍ୟକତା ଉପରେ ବ୍ୟାପକ ଆଲୋଚନା କରିଥିଲେ। ସେ କାର୍ଯ୍ୟକ୍ଷେତ୍ର ଓ ଶିକ୍ଷାନୁଷ୍ଠାନରେ ନାରୀଙ୍କ ପାଇଁ ନିରାପଦ ପରିବେଶ ଗଠନରେ ସମସ୍ତଙ୍କ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ।
ଆଭ୍ୟନ୍ତରୀଣ କମିଟିର ଅଧ୍ୟକ୍ଷା ଡ. ନମିତା ଲକ୍ଷ୍ମୀ ଜଗଦେବ ‘ପୋଷ’ ଆଇନର ମହତ୍ତ୍ୱ ବ୍ୟାଖ୍ୟା କରି ଛାତ୍ରଛାତ୍ରୀଙ୍କୁ ସଚେତନ କରିଥିଲେ ଓ ଭୟମୁକ୍ତ, ସୁରକ୍ଷିତ କ୍ୟାମ୍ପସ ଗଠନରେ ସମସ୍ତଙ୍କ ସହଯୋଗ ଆହ୍ୱାନ କରିଥିଲେ।
କାର୍ଯ୍ୟକ୍ରମକୁ ଅଧ୍ୟାପିକା ଅଲିଭା ଭୋଇ ସଂଯୋଜନା କରିଥିବା ବେଳେ ଜ୍ୟୋତି ସାହୁ ଅତିଥି ପରିଚୟ ଓ ପ୍ରଣତୀ ହୋତା ଧନ୍ୟବାଦ ଜ୍ଞାପନ କରିଥିଲେ। ଏହି ସଚେତନତା ଶିବିରରେ କମିଟି ସଦସ୍ୟ ବିରଞ୍ଚି ପଧାନ, ସୁଧାମୟୀ ଅଗ୍ରୱାଲ ଓ ସଂଯୁକ୍ତା ସାଙ୍ଗା ଆଲୋଚନାରେ ଅଂଶଗ୍ରହଣ କରି ନାରୀ ସମ୍ମାନ ଓ ସୁରକ୍ଷା ପ୍ରତି ସଚେତନତା ଦ୍ୱାରା ସମାଜରୁ ନିର୍ଯାତନା କମି ପାରିବ ବୋଲି ମତ ପ୍ରକାଶ କରିଥିଲେ। ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories