Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୯ ଖଣ୍ଡ ମୌଜାର ଶିକ୍ଷାର ବିନ୍ଧାଣୀ ସ୍ୱର୍ଗତ ଭାସ୍କର ପଧାନଙ୍କ ୨୧ତମ ଶ୍ରାଦ୍ଧ ବାର୍ଷିକୀ

ଝାରସୁଗୁଡ଼ା ୧୮/୩ (ଓଡ଼ିଶା ନ୍ୟୁଜ୍) ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ସୀମାନ୍ତ ୧୯ ଖଣ୍ଡ ମୌଜା ଅନ୍ତର୍ଗତ ମୁରଲିପାଲି ସରକାରୀ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରାଣ ପ୍ରତିଷ୍ଠାତା ତଥା ଶିକ୍ଷାର ବିନ୍ଧାଣି ସ୍ୱର୍ଗତ ଭାସ୍କର ପଧାନଙ୍କ ୨୧ ତମ ଶ୍ରାଦ୍ଧ ବାର୍ଷିକୀ ଆଜି ବିଦ୍ୟାଳୟ ପରିସରରେ ପାଳିତ ହୋଇ ଯାଇଛି।
ଏହି ଅବସରରେ ମୁରଲିପାଲି ବିଦ୍ୟାଳୟ ପରିସରରେ ଥିବା ସ୍ୱର୍ଗତ ଶ୍ରୀ ପଧାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିଥି ଭାବେ ପୁରାତନ ଛାତ୍ର ସଂଘ ସଭାପତି ବ୍ରଜକିଶୋର ପଧାନ, ଜଗବନ୍ଧୁ ସା, କୃଷ୍ଣ ଚନ୍ଦ୍ର ପଧାନ, ଅବସରପ୍ରାପ୍ତ ଶିକ୍ଷକ ନେପାଳ ବାରିକ ଓ ବେଣୁଧର ଦେହେରୀ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ପଧାନଙ୍କ ତ୍ୟାଗ ଓ ସଂଗ୍ରାମୀ ଜୀବନୀ ଉପରେ ଆଲୋକପାତ କରିଥିଲେ ।
ହୀରାକୁଦ ବନ୍ଧ ନିର୍ମାଣ ପରେ ୧୯ ଖଣ୍ଡ ମୌଜା ଅଞ୍ଚଳ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ଓ ଅବହେଳିତ ହୋଇ ପଡ଼ିଥିଲା। ସେହି ସମୟରେ ଅଞ୍ଚଳରେ ଦାରିଦ୍ର୍ୟ ଓ ନିରକ୍ଷରତା ଚରମ ସୀମାରେ ଥିବା ବେଳେ ଉଚ୍ଚ ଶିକ୍ଷାର କୌଣସି ସୁବିଧା ନଥିଲା। ୧୯୬୭ ମସିହାରେ ସ୍ୱର୍ଗତ ଭାସ୍କର ପଧାନଙ୍କ ନେତୃତ୍ୱରେ ଅଞ୍ଚଳବାସୀ ‘ମୁଠି ଭିକ୍ଷା’ ମାଧ୍ୟମରେ ମୁରଲିପାଲି ଠାରେ ଏହି ଆଞ୍ଚଳିକ ହାଇସ୍କୁଲ ପ୍ରତିଷ୍ଠା କରିଥିଲେ। ପରବର୍ତ୍ତୀ ସମୟରେ ସରକାରୀ ଅନୁଦାନ ପାଇଁ ସେ ୧୯୭୨ ମସିହାରେ ଭୁବନେଶ୍ୱର ସଚିବାଳୟ ସମ୍ମୁଖରେ ଆମରଣ ଅନଶନ କରି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବନ୍ଧ ଓ ତର୍କ (ଡିବେଟ) ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ପ୍ରବନ୍ଧରେ ଗାୟତ୍ରୀ ଭୋଇ (ପ୍ରଥମ), ଅର୍ପିତା ମେହେର (ଦ୍ୱିତୀୟ) ଏବଂ ଶ୍ରୁତି ଭୋଇ (ତୃତୀୟ) ଏବଂ ତର୍କ ପ୍ରତିଯୋଗିତାରେ ବିଷ୍ଣୁପ୍ରିୟା ସା (ପ୍ରଥମ), ପୂର୍ଣ୍ଣିମା ଲୁହା (ଦ୍ୱିତୀୟ) ଏବଂ ଲୋକେଶ ପଧାନ (ତୃତୀୟ) ସ୍ଥାନ ଅଧିକାର କରି ଅତିଥି ମାନଙ୍କ ଠାରୁ ପୁରସ୍କୃତ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଓ ବହୁ ଶିକ୍ଷାପ୍ରେମୀ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories