Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହିମା ଡିଗ୍ରୀ କଲେଜର ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ମହିମା ଡିଗ୍ରୀ କଲେଜର ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ
ଝାରସୁଗୁଡ଼ା ୨୦/୩ (ଓଡ଼ିଶା ନ୍ୟୂଜ୍): ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ପଞ୍ଚଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିଜାପାଲି ମହିମା ସ୍ମାରକ ମହାବିଦ୍ୟାଳୟ ଠାରେ ଛାତ୍ରୀ ମାନଙ୍କ ପାଇଁ ଆୟୋଜିତ ‘ଆତ୍ମ ସୁରକ୍ଷା କୌଶଳ’ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇ ଯାଇଛି। ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ରୀ ମାନଙ୍କୁ ଆତ୍ମରକ୍ଷା ପାଇଁ ସଶକ୍ତ ଓ ସଚେତନ କରିବା ଲକ୍ଷ୍ୟରେ ଏହି ବିଶେଷ ଶିବିରର ଆୟୋଜନ କରା ଯାଇଥିବା ଅଧ୍ୟକ୍ଷ ରମଣୀ ରଞ୍ଜନ ବିଶ୍ବାଳ ପ୍ରକାଶ କରିଛନ୍ତି ।
ମହା ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ବିଶ୍ୱାଳଙ୍କ ସଭାପତିତ୍ବରେ ଆୟୋଜିତ ଉଦ୍‌ଯାପନୀ ସମାରୋହରେ ପଞ୍ଚଗାଁ ପଞ୍ଚାୟତର ସରପଞ୍ଚ ମୁକେଶ ବାରିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରୀ ମାନଙ୍କୁ କୌଣସି ବିପଦ ପରିସ୍ଥିତିରେ ଭୟଭୀତ ନ ହୋଇ ନିଜ ସୁରକ୍ଷା ପ୍ରତି ସତର୍କ ରହିବାକୁ ଉପଦେଶ ଦେଇଥିଲେ। ସେହିପରି ମଚିଦା ଗ୍ରାମ ପଞ୍ଚାୟତର ସରପଞ୍ଚ ସଂଯୁକ୍ତା ବେହେରା ମୁଖ୍ୟବକ୍ତା ଭାବେ ଯୋଗ ଦେଇ ତାଲିମ ପ୍ରାପ୍ତ ଛାତ୍ରୀ ମାନଙ୍କୁ ଭବିଷ୍ୟତରେ ଏହି କୌଶଳକୁ ସଦୁପଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ।
ଏହି ଅବସରରେ ମାଷ୍ଟର ଟ୍ରେନର ଝରଣା ମୁଣ୍ଡା ଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିବା ବେଳେ ସଂଯୋଜିକା ସୁଶ୍ରୀ ଅଲିଭା ଭୋଇ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସଂଚାଳନ କରିଥିଲେ। ଶେଷରେ ଇଂରାଜୀ ଅଧ୍ୟାପିକା ସୁଶ୍ରୀ ପ୍ରଣତୀ ଭୋଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଶିବିର ମାଧ୍ୟମରେ ଛାତ୍ରୀ ମାନଙ୍କ ମଧ୍ୟରେ ଏକ ନୂତନ ଆତ୍ମ ବିଶ୍ୱାସର ଉତ୍ସାହ ପରିଲକ୍ଷିତ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories