Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେଙ୍ଗାଲି ପୁଲିସ ପାଇଁ ଗର୍ବ ଓ ଗୌରବ ଭାରପ୍ରାପ୍ତ ଥାନା ଅଧିକାରୀ ସମରେନ୍ଦ୍ର ନାୟକ ପାଇବେ ଡିଜିପି ଡିସ୍କ ସମ୍ମାନ

ରେଙ୍ଗାଲି ପୁଲିସ ପାଇଁ ଗର୍ବ ଓ ଗୌରବ
ଭାରପ୍ରାପ୍ତ ଥାନା ଅଧିକାରୀ ସମରେନ୍ଦ୍ର ନାୟକ ପାଇବେ ଡିଜିପି ଡିସ୍କ ସମ୍ମାନ
ଝାରସୁଗୁଡ଼ା ୨୦/୦୩ (ଓଡ଼ିଶା ନ୍ୟୂଜ୍): ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନାର ଭାରପ୍ରାପ୍ତ ଅଧିକାରୀ ସମରେନ୍ଦ୍ର ନାୟକଙ୍କୁ ୨୦୨୫–୨୬ ବର୍ଷ ପାଇଁ ପ୍ରତିଷ୍ଠିତ ଡିଜିପି ଡିସ୍କ ସମ୍ମାନ ପାଇଁ ମନୋନୀତ କରା ଯାଇଛି।
ରାଜ୍ୟ ପୋଲିସ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ଶ୍ରୀ ନାୟକଙ୍କୁ କର୍ତ୍ତବ୍ୟ ନିଷ୍ଠା, ସାହସିକତା ସେବା ପାଇଁ ଚୟନ କରା ଯାଇଛି। ତାଙ୍କର କାର୍ଯ୍ୟକାଳ ମଧ୍ୟରେ ଆଇନ-ଶୃଙ୍ଖଳା ରକ୍ଷା, ଅପରାଧ ନିୟନ୍ତ୍ରଣ ଓ ସାଧାରଣ ଲୋକଙ୍କ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଛି । ଏଥିପାଇଁ ଆସନ୍ତା ୧ ଏପ୍ରିଲରେ ପାଳିତ ହେବାକୁ ଥିବା ୯୧ ତମ ପୋଲିସ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ଶ୍ରୀ ନାୟକଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ଏହି ସଫଳତା କେବଳ ଯେ,ଝାରସୁଗୁଡ଼ା ଜିଲ୍ଲା ପାଇଁ ନୁହେଁ, ବରଂ ଏହା ସମଗ୍ର ପୋଲିସ ବିଭାଗ ପାଇଁ ଗର୍ବ ଓ ଗୌରବ ଆଣି ଦେଇଛି । ଯାହା ଅନ୍ୟ କର୍ମଚାରୀଙ୍କ ମଧ୍ୟରେ ନୂତନ ଉତ୍ସାହ ଓ ପ୍ରେରଣା ସୃଷ୍ଟି କରିଛି ବୋଲି ସ୍ଥାନୀୟ ମହଳରେ ମତ ପ୍ରକାଶ ପାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories