Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ବିଶ୍ୱ ପଖାଳ ଦିବସ! ପ୍ରତି ଓଡ଼ିଆଙ୍କ ପସନ୍ଦ

ଭୁବନେଶ୍ୱର,୨୦|୩: ଆଜି ପଖାଳ ଦିବସ । ଓଡ଼ିଆ ଜାତିର ସ୍ୱାଦ, ସଂସ୍କୃତି ଓ ପରମ୍ପରାର ପରିଚୟ ହେଉଛି ପଖାଳ | କଂସାଏ ପଖାଳ ସାଙ୍ଗକୁ ବଡ଼ିଚୁରା, ଶାଗ ଭଜା ଆଉ କଞ୍ଚା ଲଙ୍କା ଟିକେ ମିଳିଗଲେ ଓଡ଼ିଆଙ୍କ ମନ ପ୍ରାଣ ଆନନ୍ଦରେ ପୁରିଉଠେ । ଖାଲି ସାଧାରଣ ଓଡ଼ିଆ ନୁହେଁ, ଜଗତର ନାଥ ଜଗନ୍ନାଥଙ୍କର ମଧ୍ୟ ବେଶ ପସନ୍ଦର ଖାଦ୍ୟ ହେଉଛି ପଖାଳ । ଆଜିର ଏହି ସ୍ୱତନ୍ତ୍ର ଦିବସରେ ଓଡ଼ିଶାର କୋଣ ଅନୁକୋଣରୁ ପଖାଳର ବାସ୍ନାରେ ମହକି ଉଠୁଛି |

ତେବେ ଶ୍ରୀମନ୍ଦିରରେ କେଉଁ ଆବାହମାନ କାଳରୁ ପଖାଳ ଭୋଗର ପରମ୍ପରା ରହିଆସିଛି । ଜଗତର ନାଥ ଜଗନ୍ନାଥଙ୍କ ମହାପ୍ରଭୁଙ୍କ ପାଖରେ ଦୈନିକ ବଲ୍ଲଭ ଭୋଗ ଠାରୁ ବଡ଼ସିଂହାର ଭୋଗ ଭିତରେ ତିନିଥର ଦହିପଖାଳ ଭୋଗ ହୋଇଥାଏ । ସେହିପରି ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଧୂପ ଓ ବଡ଼ସିଂହାରରେ ପଖାଳ ଭୋଗ ଲାଗି ହୋଇଥାଏ । କୋଠ ଭୋଗ ସୁଆର ଅନ୍ନ ରାନ୍ଧିବା ପରେ ସେଥିରେ ଦହି, ଜିରା, ଅଦା, ଲୁଣ, ଶର୍କରା ଓ ଗୁଆଘିଅ ମିଶାଇ ଏହି ‘ଘିଅ ପଖାଳ’ ପ୍ରସ୍ତୁତ କରାଯାଏ । ଖାଲି କାଳିଆ ଠାକୁର ଏବଂ ମା’ ମହାଲକ୍ଷ୍ମୀଙ୍କ ପାଖରେ ମଧ୍ୟ ପଖାଳ ଭୋଗ ହୁଏ ।

ପଖାଳକୁ ସ୍ୱତନ୍ତ୍ର ପରିଚୟ ଦେବା ୨୦୦୯ରୁ ଧୀରେ ଧୀରେ ଆରମ୍ଭ ହୋଇଥିଲା | ଅମରେଶ ଦାସ କିଛି ବନ୍ଧୁମାନଙ୍କ ସହ ମିଶି ଏହି ବିପ୍ଳବ ଆରମ୍ଭ କରିଥିଲେ । ତେବେ ୨୦୧୧ ମାର୍ଚ୍ଚ ୨୦ ତାରିଖରେ ଏହି ବିପ୍ଳବକୁ ସଫଳତା ମିଳିଥିଲା । ଏହାକୁ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ନିଜର ବାଲୁକା ଶିଳ୍ପ ମାଧ୍ୟମରେ ଏହାର ପ୍ରଚାର ପ୍ରସାର କରିଥିଲେ । ଆଜି ସବୁଠି ପଖାଳର ମହକ | ହୋଟେଲ ଠାରୁ ଘର ଆଜି ସବୁଠାରେ ପଖାଳର ଆସର | ଖରାଦିନେ ଟିକେ ପଖାଳ ମିଳିଗଲେ ଆତ୍ମାକୁ ଶାନ୍ତି ମିଳେ | ଶରୀର ପାଇଁ ଅମୃତ ସଦୃଶ ହେଉଛି ପଖାଳ | ଡାକ୍ତର କୁହନ୍ତି ବାସି ପଖାଳରୁ ପୋଷଣ ସହ ଅନେକ ଔଷଧୀୟ ଗୁଣ ରହିଥିବା ବେଳେ ଚାଇଁ ପଖାଳ ଖାଇଲେ କୋଷ୍ଠ କାଠିନ୍ୟ, ଅଜୀର୍ଣ୍ଣ ଓ ପେଟବ୍ୟଥା ଆଦି ରୋଗ ମଧ୍ୟ ଦୂର ହୋଇଥାଏ । ପଖାଳର ତୋରାଣି ଖରାଦିନେ ଡିହାଇଡ୍ରେସନରୁ ମଧ୍ୟ ରକ୍ଷା କରିଥାଏ | ଓଡ଼ିଆ ସଂସ୍କୃତି ପରମ୍ପରାର ଅପୂର୍ବ ସମନ୍ୱୟ ଏହି ପଖାଳ ଦିବସକୁ ପ୍ରତିଟି ଓଡ଼ିଆ ଧୁମଧାମରେ ପାଳନ କରିଥାନ୍ତି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ