ବିରୋଧୀଙ୍କ ହଟ୍ଟଗୋଳରେ କମ୍ପୁଛି ବିଧାନସଭା! SCB ଅଗ୍ନିକାଣ୍ଡ ଘଟଣାରେ ଶାସକଙ୍କୁ ଟାର୍ଗେଟ
ଭୁବନେଶ୍ୱର, ୨୦|୩: ଚଳିତ ମାସ ୯ରୁ ଆରମ୍ଭ ହୋଇଛି ବିଧାନସଭାର ଦ୍ଵିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ | ଜନସାଧାରଣଙ୍କ ହିତରେ ବିରୋଧୀ ଏବଂ ଶାସକ ଦଳ ଭିତରେ ହେବ ଅନେକ ଆଲୋଚନା | ବିରୋଧୀଙ୍କ ପ୍ରତିଟି ପ୍ରଶ୍ନର ଉତ୍ତର ରଖିବେ ଶାସକ ଦଳର ନେତା | କିନ୍ତୁ ସବୁ ଓଲଟା ହେଉଛି | ଗୃହକୁ ବାରମ୍ବାର ମୁଲତବୀ ଘୋଷଣା କରାଯାଉଛି | ବାରମ୍ୱାର ଗୃହ ଅଚଳ ହେଉଛି । ଗତ କିଛ ଦିନ ଧିରି ଗୃହରେ ଜାରି ରହିଛି ଅଚଳାବସ୍ଥା। ସୁରୁଖୁରୁରେ ଚାଲି ପାରୁନି ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ । ଗୃହରେ ବିରୋଧୀଙ୍କ ହୋହଲ୍ଲା ଏବଂ ନାରାବାଜି ଜାରି ରହିଛି । ଗୃହ କାର୍ଯ୍ୟ ଆରମ୍ଭରୁ ନେଇ ଶେଷ ପର୍ଯ୍ୟନ୍ତ SCB ଅଗ୍ନିକାଣ୍ଡ ଓ ମୃତାହତକୁ ପ୍ରସଙ୍ଗ ଉଠାଇ ଶାସକ ଦଳକୁ ଘେରୁଛି ବିରୋଧୀ | ଅନ୍ୟପଟେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଡ଼ି ବସିଛନ୍ତି ବିରୋଧି କଂଗ୍ରେସ ଓ ବିଜେଡି। ଚାଲି ପାରୁନି ପ୍ରଶ୍ନ କି ଶୂନ୍ୟକାଳ |
ଆଜି ପ୍ରଶ୍ନକାଳ ଆରମ୍ଭ ହେଉ ହେଉ ଗୃହରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । Scb ଅଗ୍ନିକାଣ୍ଡ ଘଟଣାକୁ ନେଇ ଗୃହ ମଧ୍ୟ ଭାଗରେ କଂଗ୍ରେସ ଓ ବିଜେଡ଼ିର ନେତାମାନେ ପ୍ରତିବାଦ ଆରମ୍ଭ କରିଥିଲେ। । ଏହାସହିତ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ। ଚେୟାର ଉଠାଇ ବାଚସ୍ପତି ଙ୍କ ପୋଡିୟମ ଆଡକୁ ମାଡିଗଲେ ବିଜେଡି ବିଧାୟକ ଅରୁଣ ସାହୁ। ବାଚସ୍ପତିଙ୍କ ସୁରକ୍ଷା କର୍ମୀଙ୍କ ସହ ଠେଲା ପେଲାକଲେ ଅରୁଣ। ଶେଷରେ ବାଧ୍ୟ ହୋଇ ବାଚସ୍ପତି ଗୃହକୁ ୧୧.୩୦ ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ।
ଗୃହର ଶୂନ୍ୟକାଳ ସମୟରେ ବି ଗୃହରେ ଥିଲା ସମାନ ସ୍ଥିତି । ବିରୋଧୀ ବିଜେଡି ଓ କଂଗ୍ରେସ ବିଧାୟକ ପ୍ରବଳ ହଟ୍ଟଗୋଳ କରିଥିଲେ। । Scb ଅଗ୍ନିକାଣ୍ଡ ପ୍ରସଙ୍ଗରେ ଗୃହ ମଧ୍ୟ ଭାଗକୁ ଆସି ପ୍ରତିବାଦ କରିଥିଲେ ବିରୋଧୀ ବିଧାୟକ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ | ଏହି ହଟ୍ଟଗୋଳ ଭିତରେ ଆରମ୍ଭ ହେଲା ଶୂନ୍ୟକାଳ ଆଲୋଚନା । ବିରୋଧୀ ବିଧାୟକ ମାନଙ୍କୁ ଶୂନ୍ୟକାଳରେ କହିବାର ସୁଯୋଗ ଦେଲେ ବାଚସ୍ପତି । କିନ୍ତୁ ବିରୋଧୀ ନାରାବାଜି ଦେବାରୁ ବିରତ ନଥିଲେ । ତେଣେ ଗୃହ ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି।
ବିରୋଧୀଙ୍କ ଏଭଳି ହଟ୍ଟଗୋଳକୁ ନେଇ ବିଜେପି ବିଧାୟକ ଈରାଶିଷ ଆଚାର୍ଯ୍ୟ କଡ଼ା ନିନ୍ଦା କରିଛନ୍ତି କରିଛନ୍ତି । ସେ କହିଛନ୍ତିଯେ,” ନିଜ ଅସ୍ତିତ୍ଵ ବଞ୍ଚାଇବାକୁ ରାଜନୀତି କରୁଛନ୍ତି ବିରୋଧୀ। ବିଜେପି ଲୋକଙ୍କ ସରକାର, ଲୋକଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ | ଏହି ଅଗ୍ନିକାଣ୍ଡକୁ ନେଇ ସ୍ୱତନ୍ତ୍ର ଟେକ୍ନିକାଲ ଟିମ ଗଠନ ହୋଇଛି | ଯାହା ପୁରା ଘଟଣାର ତଦନ୍ତ କରିବ| ଅନ୍ୟପଟେ ଅବସରପ୍ରାପ୍ତ ବିଚାରପତି ବିଚାର ବିଭାଗୀୟ ତଦନ୍ତ କରୁଛନ୍ତି।”
SCB ମେଡିକାଲ କଲେଜରେ ନିଆଁ ଲାଗି ୧୩ ଜଣଙ୍କର ମୃତ୍ୟୁ ହୋଇଛି । କିନ୍ତୁ ସରକାରଙ୍କ ଚେତୁ ନାହାନ୍ତି । ଏ ଘଟଣା ପଛରେ ଥିବା ଦୋଷୀକୁ ଏପର୍ଯ୍ୟନ୍ତ ଧରାଯାଉନି । ନିଜ ଦୋଷ ଲୁଚାଇବାକୁ ଯାଇ ଛୋଟ ଲୋକଙ୍କ ଉପର ଦାଉ ସାଧୁଛନ୍ତି ସରକାର। ଯେଉଁ ମାନେ ପ୍ରକୃତ ଉତ୍ତର ଦାୟୀ ତାଙ୍କୁ ସାମ୍ନାକୁ ଅଣାଯାଉ ନାହିଁ । ମୃତକଙ୍କ ପରିବାରକୁ କେବଳ ଅନୁକମ୍ପା ଦେଖାଇ ବସି ପଡିଲେ ହେବ ନାହିଁ ବୋଲି କଂଗ୍ରେସ ବିଧାୟକ ଅଶୋକ ଦାସ କହିଛନ୍ତି।

