Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୁଦ୍ଧ ମଧ୍ୟରେ ଆଡଭାଇଜରି ଜାରି କଲା DGCA; ୯ଟି ଦେଶର ଆକାଶମାର୍ଗ ଦେଇ ଉଡିବନି ବିମାନ

ନୂଆଦିଲ୍ଲୀ,୨୦ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ଡିଜିସିଏ ପକ୍ଷରୁ ଆଡଭାଇଜାରି ଜାରି କରାଯାଇଛି | ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଯୁଦ୍ଧଗ୍ରସ୍ତ ଉପସାଗରୀୟ ଅଞ୍ଚଳରେ ୯ଟି ଦେଶର ଆକାଶମାର୍ଗକୁ ଏଡ଼ାଇବା ପାଇଁ ପରାମର୍ଶ ଦେଇଛି। ଏହି ଅଞ୍ଚଳରେ ଚାଲିଥିବା ଉତ୍ତେଜନା ବୃଦ୍ଧି ପାଇବା ପରେ ହଠାତ୍‌ ଏପରି ଯୋଜନା ପ୍ରସ୍ତୁତ କରିଛି ଡିଜିସିଏ ।

ଏହି ତାଲିକା ମଧ୍ୟରେ ରହିଛି ୯ଟି ମାର୍ଗ | ସେଗୁଡିକ ହେଲା- ବାହାରିନ୍‌, ଇରାନ୍‌, ଇରାକ୍, ଇସ୍ରାଏଲ, ଜୋର୍ଡାନ, କୁଏତ୍‌, ଲେବାନନ୍‌, କତାର ଏବଂ ସଂଯୁକ୍ତ ଆରବ | ଆକାଶମାର୍ଗକୁ ଏଡ଼ାଇବା ପାଇଁ DGCA ବିଭିନ୍ନ ବିମାନ କମ୍ପାନୀକୁ ନିର୍ଦ୍ଦେଶ ଦେଇଛି | ତେବେ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଯାତ୍ରା ନ କରିବାକୁ DGCA ପରାମର୍ଶ ଦେଇଛି। ସେହିପରି ସାଉଦିଆରବ ଏବଂ ଓମାନ ପାଇଁ ଡିଜିସିଏ ସର୍ତ୍ତମୂଳକ ଅନୁମତି ଦେଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ