Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେଡି ନେତା ପ୍ରତାପ ଜେନାଙ୍କ ଘର ଆଗରେ ହାଇଡ୍ରାମା , ବଢିଲା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ଵର,୨୧|୩ : ବରିଷ୍ଠ ବିଜେଡି ନେତା ପ୍ରତାପ ଜେନାଙ୍କ ଘର ସାମ୍ନାରେ ହଙ୍ଗାମା। କଲି ରାତିରେ ବିଜେଡିରୁ ନିଲମ୍ବିତ ହୋଇଥିବା ୧୦ ଯୁବ ଓ ଛାତ୍ର ନେତା ପ୍ରତାପ ଜେନାଙ୍କ ଘର ସାମ୍ନାରେ ପାଟିତୁଣ୍ତ କରିଥିବା ଦେଖିବାକୁ ମିଳିଛି । ସେ ମଧ୍ୟରୁ କିଛି ଯୁବ ଛାତ୍ର ପ୍ରତାପଙ୍କ ଘର ଆଗରେ ବାଣ ଫୁଟାଇବା ସହ ମିଠା ବାଣ୍ଟି ନାରାବାଜି ମଧ୍ୟ କରିଥିବା ନେଇ ଦେଖିବାକୁ ମିଳିଛି । ତେବେ ଏହି ଘଟଣା କରିବା ସମୟରେ ଏହାକୁ ବିରୋଧ କରିବାରୁ ଘର ଲୋକଙ୍କୁ ଆକ୍ରମଣ କରାଯାଇଥିଲା। ସୂଚାନଯୋଗ୍ୟ ଦଳବିରୋଧୀ କାର୍ଯ୍ୟ ପାଇଁ ୩ ଜଣ ଯୁବ ଓ ୭ଜଣ ଛାତ୍ର ନେତାଙ୍କୁ ବିଜେଡି ପକ୍ଷରୁ ନିଲମ୍ବିତ କରାଯାଇଥିଲା । ପ୍ରତାପ ଜେନାଙ୍କ ଦସ୍ତଖତ ଅନୁସାରେ ସେମାନଙ୍କୁ ଦଳରୁ ନିଲମ୍ବିତ କରାଯାଇଥିବା ନେଇ ନୋଟିସ ପ୍ରକାଶ ପାଇଥିଲା | ଆଉ ଏହା ପରେ ରାତିରେ ବଡ ହଙ୍ଗାମା ଦେଖିବାକୁ ମିଳିଥିଲା।

ଏହି ଘଟଣା ବିଷୟରେ ବରିଷ୍ଠ ନେତା ପ୍ରତାପ ଜେନା ନିଜର ବୟାନ ରଖିଛନ୍ତି | ସେ କହିଛନ୍ତିଯେ, ପ୍ରାୟ ୧୫ରୁ ୨୦ ପିଲା ଆସି ମୋ ଘର ଆଗରେ ପାଟିତୁଣ୍ଡ କରିଥିଲେ। ମୁଁ ମାହାଙ୍ଗାରେ ଥିବା ସମୟରେ ଘର ଆଗରେ ହୋହଲ୍ଲା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ ମଧ୍ୟ କରିଥିଲେ । ସିକ୍ୟୁରିଟି ଗାର୍ଡ ଅଟକାଇବାକୁ ଚେଷ୍ଟା କରିବା ସମୟରେ ସେମାନେ ସିକ୍ୟୁରିଟି ଗାର୍ଡକୁ ବାଡ଼େଇବା ସହ ତା ମୁଣ୍ଡରେ ବନ୍ଧୁକ ଲଗାଇଥିଲେ। ତେବେ କେଉଁମାନେ କ୍ୟାମ୍ପସ୍‌ ଭିତରକୁ ଆସିଥିଲେ, ଭିଡିଓରେ ସେ ସମସ୍ତଙ୍କର ଚେହେରା ରହିଛି’। ସେ ଆହୁରି କହିଛନ୍ତିଯେ, ଯେଉଁମାନେ ଦଳରୁ ସସ୍‌ପେଣ୍ଡ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ମଧ୍ୟେ କେତେକ ସେ ହଙ୍ଗାମାରେ ସାମିଲ ଥିଲେ | ହଙ୍ଗାମା କରିଥିବା ଦୁବୃର୍ତ୍ତ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେ ମୁଖ୍ୟମନ୍ତ୍ରୀ ଓ ପୁଲିସ ଡିଜିଙ୍କୁ ଅପିଲ କରିଛନ୍ତି। ଏହାପରେ ଆଜି ସକାଳୁ ପ୍ରତାପଙ୍କ ପରିବାରକୁ ପୁଲିସ୍ ପକ୍ଷରୁ କଡା ସୁରକ୍ଷା ଯୋଗାଇ ଦିଆଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ