ଖସିଲା ସୁନା ଓ ରୁପାର ଦର! ୨୨ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୧ ଲକ୍ଷ ୩୩ ହଜାର ୮୦୦ ଟଙ୍କା
ଭୁବନେଶ୍ୱର, ୨୧|୩: ଖସିଲା ସୁନା ଓ ରୁପାର ଦର! ଆଜି ପୁଣି ୨୨ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୨୭ ଶହ ୫୦ ଟଙ୍କା ଶସ୍ତା ହୋଇ ସୁନା ଦର ୧ ଲକ୍ଷ ୩୩ ହଜାର ୮୦୦ ଟଙ୍କାରେ ପହଁଚିଛି। ସେହିଭଳି ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମରେ ୨୯ ଶହ ୪୦ ଟଙ୍କା କମିଛି। ହ୍ରାସ ହେଲା ପରେ ୧, ୪୫ , ୯୭୦ ଟଙ୍କା ରହିଛି | ତେବେ ଗତ ସପ୍ତାହକ ମଧ୍ୟରେ ସୁନା ୧୨ ହଜାର ୫୫୦ ଟଙ୍କା କମିଛି ।
କେବଳ ସୁନା ନୁହଁ ରୁପାର ଦରରେ ମଧ୍ୟ ହ୍ରାସ ହୋଇଛି | ଏକାଥରେ ୧୦ ହଜାର ଟଙ୍କା ଶସ୍ତା ହୋଇଛି। ବର୍ତ୍ତମାନ ରୁପା କେଜି ପ୍ରାୟ ୨ ଲକ୍ଷ ୫୦ ହଜାରରେ ପହଞ୍ଚିଛି। ପୂର୍ବ ଦିନ ତୁଳନାରେ ସାମାନ୍ୟ ହ୍ରାସ ହୋଇଛି | ରୁପା ୧ ଗ୍ରାମକୁ ରହିଛି ₹୨୫୦ ଟଙ୍କା, ସେହିପରି ୧୦ ଗ୍ରାମ ପ୍ରତି ୨୫୦୦ ଏବଂ ୧୦୦ ଗ୍ରାମକୁ ରହିଛି ୨୫, ୦୦୦ ଟଙ୍କା |
ମଧ୍ୟପ୍ରାଚ୍ୟ ଦେଶ ମାନଙ୍କ ମଧ୍ୟରେ ଚାଲିଥିବା ବିବାଦ ଯୋଗୁଁ ଅଶୋଧିକ ତୈଳ ଦରରେ ମାତ୍ରାଧିକ ବୃଦ୍ଧି ପାଇଛି । ଡଲାର ତୁଳନାରେ ଟଙ୍କା ବିନିମୟ ମୂଲ୍ୟ ହ୍ରାସ, ମୁଦ୍ରାସ୍ପିତୀ ବୃଦ୍ଧି ଆଶଙ୍କାରେ ଅନିଶ୍ଚିତତା ବଢିଛି। ଯାହାର ପ୍ରଭାବ ସୁନା ଓ ରୁପାର ଦର ଉପରେ ପଡିଛି।

