Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାଳବୈଶାଖୀ ସମ୍ଭାବନା! ୧୧ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା

ଭୁବନେଶ୍ୱର,୨୩|୩ : କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସର୍ବାଧିକ ତାପମାତ୍ରା ହ୍ରାସ ପାଇଥିଲା । କିନ୍ତୁ କାଲିଠାରୁ କେତେକ ଅଞ୍ଚଳରେ ତାପମାତ୍ରାରେ ବୃଦ୍ଧି ଘଟିଛି | ପାରଳାଖେମୁଣ୍ଡିରେ ସର୍ବାଧିକ ତାପମାତ୍ରା ୩୬.୨ଡିଗ୍ରୀରେ ପହଞ୍ଚିଥିବା ବେଳେ ଢେଙ୍କାନାଳରେ ୩୬.୧, ବରଗଡ଼ରେ ୩୫.୮, ବୌଦ୍ଧରେ ୩୫.୩, ଟିଟିଲାଗଡ଼ ଏବଂ ତାଳଚେରରେ ୩୫ଡିଗ୍ରୀ ସେଲସିୟସ ରହିଛି। ସେହିପରି ଟ୍ୱିନ ସିଟି ଭୁବନେଶ୍ବରରେ ପାରଦ ୩୩.୮ ଏବଂ କଟକରେ ୩୨.୬ ଡିଗ୍ରୀ ତାପମାତ୍ରା ରହିଛି | ଆଞ୍ଚଳିକ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଆସନ୍ତା ୪ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସର୍ବାଧିକ ତାପମାତ୍ରା ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବା ନେଇ ସମ୍ଭାବନା ରହିଛି।

ତେବେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମୟୂରଭଞ୍ଜ, କୋରାପୁଟ, ରାୟଗଡ଼ା, ଗଜପତି ଏବଂ କେନ୍ଦୁଝର ଆଦି ଜିଲ୍ଲା ଗୁଡିକରେ କିଛି ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ । ଏନେଇ ପାଣିପାଗ ବିଭାଗ ଆକଳନ କରିଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ