ସେୟାର ବଜାର ଉପରେ ଯୁଦ୍ଧର ପ୍ରଭାବ ; ୨୩,୦୦୦ ତଳକୁ ଖସିଲା ନିଫ୍ଟି
ନୂଆଦିଲ୍ଲୀ,୨୩|୩ : ମଧ୍ୟପ୍ରାଚ୍ୟର ଯୁଦ୍ଧ କାରଣରୁ ସେୟାର ବଜାର ଉପରେ ପଡିଛି ବଡ ପ୍ରଭାବ | ସେୟାର ମାର୍କେଟ ଡ।ଉନ ହୋଇଛି | ୨୩,୦୦୦ରୁ ତଳକୁ ଖସିଲା ନିଫ୍ଟି । ସେନ୍ସେକ୍ସ ୧୫ଶହରୁ ଅଧିକ ପଏଣ୍ଟ୍ ଖସି ୭୩,୧୬୮ରେ ପହଞ୍ଚିଛି । ତୈଳଦର ବୃଦ୍ଧି ଏବଂ ଯୁକ୍ତରାଷ୍ଟ୍ର-ଇରାନ୍ ଯୁଦ୍ଧର ପ୍ରଭାବ ସେୟାର ବଜାର ଉପରେ ଗୁରୁତର ପ୍ରଭାବ ପକାଇଛି | ସେପଟେ ଇରାନ-ଇସ୍ରାଏଲ ଓ ଆମେରିକା ମଧ୍ୟରେ ଥିବା ବିବାଦ ଚତୁର୍ଥ ସପ୍ତାହରେ ପହଞ୍ଚିବା ବେଳେ ତୈଳ ମୂଲ୍ୟ ଉଚ୍ଚ ରହିଥିବାରୁ ଭାରତୀୟ ଷ୍ଟକ୍ ମାର୍କେଟ୍ ଖୋଲିବା କ୍ଷଣି କ୍ରାସ ହୋଇଛି ।
କେବଳ ଭାରତ ନୁହେଁ ବିଶ୍ବର ଅଧିକାଂଶ ଦେଶରେ ସେୟାର ବଜାର ତଳକୁ ଖସିଛି । ତେବେ ସେୟାର ବଜାର ହ୍ରାସର ପ୍ରଭାବ ଯୋଗୁ ଟଙ୍କା ମୂଲ୍ୟରେ ମଧ୍ୟ ହ୍ରାସ ଘଟିଛି । ସୂଚନା ଅନୁସାରେ ଡଲାର ତୁଳନାରେ ସୋମବାର ଟଙ୍କା ୯୩ ଦଶମିକ ୮୫ରେ ପହଞ୍ଚିଛି । ଏଭଳି ଅନିଶ୍ଚିତତାରେ ନିବେଶକମାନଙ୍କୁ ଧୈର୍ଯ୍ୟ ରଖିବା ଆବଶ୍ୟକ | ଏନେଇ ଅର୍ଥନୈତିକ ବିଶ୍ଳେଷକ ମାନେ ପରାମର୍ଶ ଦେଇଛନ୍ତି୍ ।

