Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୁବନେଶ୍ୱର ପରେ ଏବେ କଟକରେ ଅଗ୍ନିକାଣ୍ଡ! ଲିଙ୍କ୍ ରୋଡ୍ ସ୍ଥିତ LIC ଅଫିସରେ ଲାଗିଲା ନିଆଁ

କଟକ ,୨୪|୩ : କଟକ ଲିଙ୍କ୍‌ରୋଡ ସ୍ଥିତ LIC ଅଫିସ୍‌ରେ ଭୟଙ୍କର ଅଗ୍ନିକାଣ୍ଡ । ଫଳରେ ହୁତୁ ହୁତୁ ହୋଇ ଜଳିଗଲା ପୁରା ବିଲ୍ଡିଂ । କେଉଁ ପରିସ୍ଥିତିରେ ଆଉ କେଉଁ କାରଣରୁ ନିଆଁ ଲାଗିଲା ତାହା ଏ ପର୍ଯ୍ୟନ୍ତ ଜଣାପଡିନାହିଁ | ତେବେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଥିଲେ । ସୌଭାଗ୍ୟବଶତଃ କୌଣସି ପ୍ରକାର ପ୍ରାଣହାନୀ କିମ୍ବା ଆହତ ହୋଇନଥିବା ସ୍ପଷ୍ଟ ହୋଇଛି |

ସୂଚନା ଅନୁସାରେ, ଆଜି ସକାଳ ସମୟରେ LIC ଅଫିସରୁ ନିଆଁ ଏବଂ ଧୂଆଁ ବାହାରୁଥିବା ଦେଖି ସ୍ଥାନୀୟାଵାସୀ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଏବଂ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ପାଇଁ ତୁରନ୍ତ କାର୍ଯ୍ୟ ଆରମ୍ଭ କରିଥିଲେ | ଏହି ଅଗ୍ନିକାଣ୍ଡରେ LIC ଅଫିସ୍‌ରେ ଥିବା ଅନେକ ଗୁରୁତ୍ବପୂର୍ଣ୍ଣ କାଗଜ ଜଳିଯାଇଥିବା ସୂଚନା ରହିଛି । କିନ୍ତୁ ଏହି ଅଗ୍ନିକାଣ୍ଡ ପଛରେ କାରଣ କଣ ର୍ହସିହିଁ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ