Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିରୋଧୀଙ୍କ ପାଇଁ ନଷ୍ଟ ହେଲାଣି ୧୨ କୋଟି ଟଙ୍କା:ଆଇନମନ୍ତ୍ରୀ

ଭୁବନେଶ୍ୱର ,୨୫।୩ : ରାଜ୍ୟରେ ୨୪ ବର୍ଷ ଧରି ଶାସନ କରିବା ସତ୍ତ୍ୱେ ବିଧାନସଭାର ବିଧି ବ୍ୟବସ୍ଥା ଠିକ ଭାବେ ପାଳନ କରିପାରୁ ନାହାନ୍ତି ଏଭଳି କିଛି କହି ବିରୋଧୀ ଦଳକୁ ଟାର୍ଗେଟ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏହାଠାରୁ ବଡ଼ ଦୁର୍ଭାଗ୍ୟ ଆଉ କ’ଣ ହୋଇପାରେ? ବିରୋଧୀଙ୍କ ହଟ୍ଟଗୋଳ କାରଣରୁ ୧୨ କୋଟି ଟଙ୍କା ନଷ୍ଟ ହୋଇସାରିଲାଣି ।

ଶୁନ୍ୟକାଳରେ ବିରୋଧୀଙ୍କ ହଙ୍ଗାମାକୁ ନେଇ କଡ଼ା ଟାର୍ଗେଟ କରିଛନ୍ତି ଆଇନ ମନ୍ତ୍ରୀ । ସେ କହିଛନ୍ତି ଯେ, ବିରୋଧୀଙ୍କ ହଙ୍ଗାମା ଲାଗି ପ୍ରାୟ ୧୨ କୋଟି ଟଙ୍କା ନଷ୍ଟ ହେଲାଣି । ସାଧାରଣ ଲୋକଙ୍କ ଟିକସ ଅର୍ଥ ବିଧାନସଭାରେ ଚାଲିଛି । ପ୍ରତିଦିନ ବିଧାନସଭାରେ ପ୍ରାୟ ୬୮ରୁ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ଆଉ ଏବେ ବିଧାନସଭା ବନ୍ଦ କରି ୧୨ କୋଟି ଟଙ୍କା ରାଜସ୍ୱ ନଷ୍ଟ ହେଲାଣି । ବିଧାନସଭାରେ ଲଗାତାର ଭାବେ ଏଭଳି ଅଭାବନୀୟ ସ୍ଥିତି ସୃଷ୍ଟି ହେଉଛି । ସେସନରେ ବଜେଟ୍‌ ଆଲୋଚନା ବେଳେ ବିରୋଧୀ ଦଳ ସଦସ୍ୟ ପୂର୍ଣ୍ଣ ସହଯୋଗ କରିଥାନ୍ତି କିନ୍ତୁ ଏଥର ଲଗାତର ଭାବେ ବ୍ୟତିକ୍ରମ ଦେଖିବାକୁ ମିଳୁଛି | ସେ ଆହୁରି କହିଛନ୍ତିଯେ, ୨୪ ବର୍ଷ ଶାସନ ପରେ ଯଦି ଦଳ ବିଧାନସଭାର ବିଧି ବ୍ୟବସ୍ଥା ପାଳନ କରିବେ ନାହିଁ । ତେବେ ଏହାଠୁ ବଡ ଦୁର୍ଭାଗ୍ୟ ଆଉ କିଛି ନାହିଁ । ଏହା ପୂର୍ବରୁ ଧାନ କିଣା ପ୍ରସଙ୍ଗରେ ପ୍ରଥମେ ବିରୋଧୀ ବିଧାନସଭା ଅଚଳ କରିଲେ। ଆଉ ଏବେ ଏସସିବି ଘଟଣାକୁ ନେଇ | ତେବେ ଏସସିବି ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀ ପ୍ରଥମେ ପହଞ୍ଚିଥିଲେ । ଏହାପୂର୍ବରୁ କୌଣସି ଦୁର୍ଘଟଣାସ୍ଥଳକୁ ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଯିବାକୁ ପସନ୍ଦ କରୁନଥିଲେ । ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଗଲା । ଏପରିକି ଗୋଟିଏ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ମଧ୍ୟ ଗଠନ କରାଗଲା । ଯିଏ ଦୋଷୀ ତାଙ୍କ ଉପରେ ଆକ୍ସନ ବି ହେଲା । କିନ୍ତୁ ବିରୋଧୀ ସେଥିରେ ସନ୍ତୁଷ୍ଟ ନୁହନ୍ତି | ଓଲଟା ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଛନ୍ତି |

ପୂର୍ବ ସରକାରଙ୍କ ସମୟରେ ଘଟିଥିବା ଇତିଶ୍ରୀ , ବେବିନା, ମାଧବୀଲତା, ମାହାଙ୍ଗା ହତ୍ୟାକାଣ୍ଡ ଘଟଣାରେ ପୂର୍ବତନ ଗୃହ ମନ୍ତ୍ରୀ ଇସ୍ତଫା ଦେଇଥିଲେ କି ? ବୋଲି ଆଇନମନ୍ତ୍ରୀ ବିରୋଧୀ ଦଳକୁ ପ୍ରଶ୍ନ କରିଛନ୍ତି | ଜଣେ ମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରାଗଲାକିନ୍ତୁ ସେ ଘଟଣାର ସତ୍ୟ ଉନ୍ମୋଚନ ହେଲା ନାହିଁ | ତେବେ ସେହି ଘଟଣାରେ ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇଥିଲେ କି ? ଦୁଇ ଦିନ ତଳେ ମୁଖ୍ୟମନ୍ତ୍ରୀ ବିରୋଧୀ ଦଳ ନେତାଙ୍କୁ ଅନୁରୋଧ କରିଥିଲେ କି ବିଧାନସଭାକୁ ଚଳାଇବା ଲାଗି । କିନ୍ତୁ ପ୍ରତିଉତ୍ତରରେ କୌଣସି ଉତ୍ତର ନଥିଲା | ବିରୋଧୀ ଶାସକ ଦଳକୁ ଘେରିବାକୁ ଯୋଜନା କରୁଥିବାକୁ ଚିନ୍ତା କଲା ବେଳେ ଏବେ ନିଜ ଜାଲରେ ନିଜେ ଛନ୍ଦି ହୋଇପଡିଛନ୍ତି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ