Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସେଲ୍ସମ୍ୟାନ୍ ଏବଂ ମ୍ୟାନେଜରଙ୍କୁ ମାଡ ମାରି ଲୁଟେରା ଲୁଟିନେଲେ ଦେଢକୋଟିର କାର୍!

ଭୁବନେଶ୍ୱର ୨୬।୦୩ : ଟେଷ୍ଟ ଡ୍ରାଇଭିଙ୍ଗ ପାଇଁ କହି ଲୁଟିନେଲେ ଦେଢକୋଟିର ଡିଫେଣ୍ଡର କାର୍ |ସେଲ୍ସମ୍ୟାନ୍ ଏବଂ ମ୍ୟାନେଜରଙ୍କୁ ମାଡ ମାରି କାର ଲୁଟିନେଲେ ଲୁଟେରା | ଏଭଳି କିଛି ଚକିତ କରିଦେଲା ଭଳି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ | ଯେଉଁଠି ଟେଷ୍ଟ ଡ୍ରାଇଭ ପାଇଁ କହି କାର୍ ଲୁଟିନେଇଛନ୍ତି ଦୁର୍ବୁତ୍ତ | ସୂଚନା ଅନୁସାରେ, ବୁଧବାର ଫୁଲନଖରା ଠାରେ ଥିବା ଶୋ ରୁମକୁ ଏକ ଫୋନ୍ ଆସିଥିଲା । ଯେଉଁଥିରେ ଡିଫେଣ୍ଡର କାରର ଟେଷ୍ଟ ଡ୍ରାଇଭ ପାଇଁ କଲ କରିଥିବା ବ୍ୟକ୍ତି ଜଣକ କହିଥିଲେ । ଏବଂ କଲ ମିଳିବା ପରେ ଶୋ ରୁମ୍ ର ମ୍ୟାନେଜର ଏବଂ ତାଙ୍କ ଜଣେ ସେଲ୍ସ ଗାର୍ଲ ଦେଢକୋଟିର ଡିଫେଣ୍ଡର କାର୍ ନେଇ ଭୁବନେଶ୍ୱର ଉପକଣ୍ଠ ଭରତପୁର-ଚନ୍ଦକା ରାସ୍ତାରେ ଥିବା ହୋଟେଲକୁ ଆସିଥିଲେ। ଆଉ ସେହି ସମୟରେ ହୋଟେଲରେ ପୂର୍ବରୁ ଯୋଜନାବଦ୍ଧ ଭାବେ ଲୁଚିକି ରହିଥିବା ୫ ଜଣ ଲୁଟେରା ମ୍ୟାନେଜରକୁ ନିର୍ଘାତ ମାଡ଼ ମାରିବା ସହ ସେଲ୍ସ ଗାର୍ଲଙ୍କୁ ଅସଦାଚରଣ ବ୍ୟବହାର କରିଥିଲେ । କେବଳ ସେତିକି ନୁହେଁ ଏହାପରେ କାର୍ ନେଇ ଫେରାର ହୋଇଯାଇଥିଲେ ମଧ୍ୟ | ଏହାସହିତ କାର୍ ନେବା ସମୟରେ ମ୍ୟାନେଜରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଅନଲାଇନ ଦ୍ୱାରା ଦେଢଲକ୍ଷ ଟଙ୍କା ଲୁଟି ନେଇଥିଲେ ।

ଏହାପରେ ମ୍ୟାନେଜର ଜଣକ ଭରତପୁର ପୋଲିସ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୋଲିସ ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତରେ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ପୋଲିସଙ୍କୁ ତଦନ୍ତରେ ସହଯୋଗ କରିଥିଲା । ଉଭୟ ମିଳିତ ଭାବେ ଆରମ୍ଭ କରିଥିଲେ ସର୍ଚ୍ଚ ଅପରେସନ । ବିଭିନ୍ନ ଲୋକଙ୍କୁ ପଚରାଉଚରା, ସିସିଟିଭି ଫୁଟେଜ୍ ଯାଞ୍ଚ ପରେ ଲୁଟ୍ ହୋଇଥିବା କାର୍ ର ସନ୍ଧାନ ମିଳିଥିଲା ପୋଲିସ- କୁ । ଲୁଟ୍ ହୋଇଥିବା ଦାମୀ କାରକୁ ଖୋର୍ଦ୍ଧା-ଟାଙ୍ଗୀ ରାସ୍ତାରେ ଛାଡ଼ି ଲୁଟେରାମାନେ ଫେରାର ହୋଇ ଯାଇଥିଲେ ବୋଲି ପୋଲିସ ସୂଚନାରୁ ଜଣାପଡିଛି | ସେହିପରି ଭୁବନେଶ୍ୱର ଉପକଣ୍ଠ ହୋଟେଲରୁ ମଧ୍ୟ ଲୁଟେରାଙ୍କ କଳା ରଙ୍ଗର କାର୍ ଜବତ ମଧ୍ୟ ଜବତ କରିଛି ପୋଲିସ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ