Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟ ସରକାରଙ୍କ ନୂଆ ଅବକାରୀ ନୀତି; ଖୋଲିବନି ଆଉ ନୂଆ ମଦ ଦୋକାନ, ବଢ଼ିଲା ଅବକାରୀ ଶୁଳ୍କ

ଭୁବନେଶ୍ଵର, ୨୬|୩: ଆସିଲା ନୂଆ ଅବକାରୀ ନୀତି ୨୦୨୬-୨୯। ରାଜ୍ୟ ସରକାରଙ୍କ ପକ୍ଷରୁ ୧ ଏପ୍ରିଲ ୨୦୨୬ରୁ ୩୧ ମାର୍ଚ୍ଚ ୨୦୨୯ ଅବଧି ନିମନ୍ତେ ଏକ ତ୍ରୈବାର୍ଷିକ ଅବକାରୀ ନୀତି ଘୋଷଣା କରାଯାଇଛି | ଏହି ନିୟମ ଅନୁସାରେ, ଆଉ ରାଜ୍ୟରେ ନୂଆ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ ନାହିଁ । ଏ ନେଇ ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଏହି ନୂଆ ନୀତିରେ ଅବକାରୀ ଶୁଳ୍କ ଉପରେ ୫ ପ୍ରତିଶତ ଡି-ଆଡିକ୍ସନ ସେସ୍ ପ୍ରବର୍ତ୍ତନ କରାଯାଇଛି । ଏହାସହିତ ମଦକୁ କ୍ଷତିକାରକ ପଦାର୍ଥ ଭାବେ ଉଲ୍ଲେଖ କରାଯାଇଛି ଏହି ପରିବର୍ତ୍ତିତ ନିୟମରେ । ଏଣିକି ବିଭିନ୍ନ ଅବକାରୀ ଲାଇସେନ୍ସ ପାଇଁ ଆବେଦନ ଶୁଳ୍କକୁ ୧୦ ପ୍ରତିଶତ ବଢ଼ାଯିବ।

ଏହି ଲାଇସେନ୍ସ ଶୁଳ୍କ ପ୍ରତିବର୍ଷ ୧୦ ରୁ ୨୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇବ। IMFL ଓ ଦେଶୀ ମଦ ଉପରେ ଏହି ଅବକାରୀ ଶୁଳ୍କ ବୃଦ୍ଧି ହୋଇଛି। ତେବେ ରାଜ୍ୟରେ ନୂତନ OFF,CL ଦୋକାନ ଖୋଲିବାକୁ ଅନୁମତି ମିଳିବ ନାହିଁ । ସେହିପରି ଗ୍ରାମାଞ୍ଚଳରେ ମଧ୍ୟ ନୂଆ ମଦ ଦୋକାନ ଖୋଲିବା ଉପରେ ମଧ୍ୟ କଟକଣା ଲଗାଯାଇଛି | | ନିୟମ ଅନୁଯାୟୀ ଗ୍ରାମାଞ୍ଚଳରେ ମଧ୍ୟ ମଦ ଦୋକାନ ଖୋଲିବାକୁ ମିଳିବନି ଅନୁମତି | ପୁରୀ ଶ୍ରୀମନ୍ଦିର ଏବଂ ବଡ଼ଦାଣ୍ଡ ପାଖରେ କୌଣସି ଅବକାରୀ ଦୋକାନ ଚଳାଇ ପାରିବେନି ଦୋକାନୀ । ସମସ୍ତ ଉତ୍ପାଦନ ୟୁନିଟ୍ ଓ ଖୁଚୁରା ଦୋକାନ ଉପରେ ନଜର ରଖିବା ପାଇଁ ହେବ ସିସି ଟିଭିର ବ୍ୟବସ୍ଥା |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ