ଖରା ଛୁଟି ପୂର୍ବରୁ ଛାତ୍ର ଛାତ୍ରୀଙ୍କୁ ମିଳିବ ୟୁନିଫର୍ମ! ବିଦ୍ୟାଳୟ ଏବଂ ଗଣ ଶିକ୍ଷା ଵିଭାଗର ନିର୍ଦ୍ଦେଶ
ଭୁବନେଶ୍ୱର,୨୭।୩: ଖରା ଛୁଟି ପୁର୍ବରୁ ଛାତ୍ର ଛାତ୍ରୀଙ୍କୁ ମିଳିବ ୟୁନିଫର୍ମ। ଏନେଇ ସମସ୍ତ ଜିଲ୍ଳାର ଜିଲ୍ଲାପାଳ ମାନଙ୍କୁ ବିଦ୍ୟାଳୟ ଏବଂ ଗଣ ଶିକ୍ଷା ଵିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଖରାଛୁଟି ପୂର୍ବରୁ ୟୁନିଫର୍ମ କିଣିବା, ସିଲେଇ ଓ ବଣ୍ଟନ ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ତିରୁମାଲା ନାୟକ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି।
ପୂର୍ବ ଶିକ୍ଷାବର୍ଷ ଗୁଡିକରେ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ଛାତ୍ରଛାତ୍ରୀମାନଙ୍କୁ ୟୁନିଫର୍ମ ବଣ୍ଟନ ପ୍ରକ୍ରିୟାରେ ଅତ୍ୟଧିକ ବିଳମ୍ବ ହେଉଥିବା ବିଭାଗର ଦୃଷ୍ଟିକୁ ଆସିଛି। ଏଥିଯୋଗୁଁ ଛାତ୍ରଛାତ୍ରୀ ଓ ଅଭିଭାବକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଏହାକୁ ଧ୍ୟାନରେ ରଖି ୨୦୨୬-୨୭ ଶିକ୍ଷାବର୍ଷରେ ସମୟସୀମା ଭିତରେ ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ବିତରଣ କରିବା ପାଇଁ ଆଗୁଆ ଓ ସକ୍ରିୟ ପଦକ୍ଷେପ ନେବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

