Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ବିବାଦପୂର୍ଣ୍ଣ ମନ୍ତବ୍ୟ; କିମ୍ବଦନ୍ତୀ ପୁରୁଷ ବିଜୁ ପଟ୍ଟନାୟକ ନେହେରୁ, ସିଆଇଏ ଏଜେଣ୍ଟଙ୍କ ମଧ୍ୟରେ “ଲିଙ୍କ” ଥିଲେ, କଟାକ୍ଷ କଲେ ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର

ନୂଆଦିଲ୍ଲୀ,୩୦ମ୩:ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ବିରୁଦ୍ଧରେ ଅପମାନଜନଜ ମନ୍ତବ୍ୟ ପାଇଁ ପଦ ଛାଡ଼ିଲେ ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର। ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ ପ୍ରତିବାଦରେ ସସ୍ମିତ ଏଭଳି ନିଷ୍ପତ୍ତି ନେଇଛନ୍ତି | ସେ ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତି କମିଟିର ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି | ସୂଚନାଯୋଗ୍ୟ ୧୯୬୨ ମସିହାରେ ଚୀନ ଯୁଦ୍ଧ ପ୍ରସଙ୍ଗ ଉଠାଇ ବିଜୁ ବାବୁଙ୍କୁ ଟାର୍ଗେଟ୍ କରିଥିଲେ ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତି କମିଟିର ଅଧକ୍ଷ ନିଶିକାନ୍ତ ଦୁବେ । ସେ କହିଥିଲେଯେ, ଆମେରିକା ଟଙ୍କାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ନେହରୁଙ୍କ ଯୁଦ୍ଧ ଲଢ଼ିଥିଲେ। ଆଉ ସେହି ଯୁଦ୍ଧରେ ମୁଖ୍ୟ ଭୂମିକା ନିଭାଇଥିଲେ ଓଡ଼ିଶାର ପୂର୍ବ ମୁଖ୍ୟମନ୍ତ୍ରୀ ତଥା ସ୍ୱାଧୀନତା ସଂଗ୍ରାମୀ ବିଜୁ ପଟ୍ଟନାୟକ |
ନିଶିକାନ୍ତଙ୍କ ଏଭଳି ବିଭ୍ରାନ୍ତିକର ମନ୍ତବ୍ୟ ପାଇଁ ଇସ୍ତଫା ଦେଇଛନ୍ତି ସସ୍ମିତ | ସେ କହିଛନ୍ତିଯେ, “ଏହି ମନ୍ତବ୍ୟ ବିଜୁ ବାବୁଙ୍କ ପ୍ରତି ଗଭୀର ଅପମାନକୁ ଦର୍ଶାଉଛି ଏହାକୁ ମୁଁ ନିନ୍ଦା କରୁଛି |” ଜଣେ କିମ୍ବଦନ୍ତୀ ପୁରୁଷଙ୍କ ବିରୁଦ୍ଧରେ ଏପରି ଅପମାନଜନକ, ମିଥ୍ୟା ଏବଂ ମନଗଢ଼ା ବୟାନ କିପରି ଦେଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି | ବିଜୁ ବାବୁ ହେଉଛନ୍ତି ଜଣେ ଆନ୍ତର୍ଜାତିକସ୍ତରର ବିଶିଷ୍ଟ ବ୍ୟକ୍ତିତ୍ୱ | ଭାରତର ବିଶ୍ୱ କୂଟନୀତି ନିଶ୍ଚିତ କରିବାରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିଲା | ଇଣ୍ଡୋନେସିଆ ସ୍ୱାଧୀନତା ସଂଗ୍ରାମୀଙ୍କୁ ଉଦ୍ଧାର କରିବାରେ ତାଙ୍କର ମୁଖ୍ୟ ଭୂମିକା ଥିଲା। ଖାଲି ସେତିକି ନୁହେଁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ମଧ୍ୟ ରୁଷିୟମାନଙ୍କୁ ସମର୍ଥନ କରିବାରେ ତାଙ୍କର ଉଲ୍ଲେଖନୀୟ ଭୂମିକା ଥିଲା। ସେ ଆହୁରି କହିଛନ୍ତିଯେ, ତାଙ୍କ ବିରୁଦ୍ଧରେ କରାଯାଇଥିବା ଘୃଣ୍ୟ, ମିଥ୍ୟା ଏବଂ ଦାୟିତ୍ୱହୀନ ଆକ୍ଷେପରେ ମୁଁ ଗଭୀର ଭାବରେ ମର୍ମାହତ ଏବଂ ବ୍ୟଥିତ,” | ରାଜନୈତିକ ଲାଭ ପାଇଁ ଇତିହାସକୁ ବିକୃତ କରିବା ଏବଂ ଜଣେ “ପୂଜ୍ୟ ନେତା”ଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି । ନିଜର ସୋସିଆଲ ମିଡ଼ିଆ ‘ଏକ୍ସ’ରେ ସେ ଏହା ଲେଖିଛନ୍ତି | ଏ କଥାକୁ ସମର୍ଥନ କରିଛନ୍ତି ସାଂସଦ ମାନସ ମଙ୍ଗରାଜ |
ସୂଚନାଯୋଗ୍ୟ ବିଜୁ ପଟ୍ଟନାୟକ, ଯାହାଙ୍କ ନାମରେ ବିଜୁ ଜନତା ଦଳ (ବିଜେଡି) ଗଠନ ହୋଇଛି, ସେ ୧୯୬୧-୧୯୬୩ ଏବଂ ୧୯୯୦-୧୯୯୫ ପର୍ଯ୍ୟନ୍ତ ଦୁଇଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଇଥିଲେ | କେବଳ ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଯୋଗଦାନ ପାଇଁ ନୁହେଁ ବରଂ ୧୯୪୭ ମସିହାରେ ଇଣ୍ଡୋନେସିଆର ସ୍ୱାଧୀନତା ନେତାମାନଙ୍କୁ ଉଦ୍ଧାର କରିବା ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଷ୍ଟାଲିନଗ୍ରାଡ ଅପରେସନରେ ଅଂଶଗ୍ରହଣ କରିବା, ସୋଭିଏତ ୟୁନିଅନ ପାଇଁ ଯୋଗାଣ ମିଶନ ଉଡ଼ାଣ ପାଇଁ ତାଙ୍କୁ ସାରା ଦେଶରେ ଏକ କିମ୍ବଦନ୍ତୀ ପୁରୁଷ ଭାବେ ବିବେଚନା କରାଯାଏ।
ଅନ୍ୟପଟେ, ବିଜେପି ସାଂସଦ କହିଛନ୍ତି ଯେ, ୧୯୬୩-୬୪ ମସିହାରେ ଆମେରିକାର ନିର୍ଦ୍ଦେଶ କ୍ରମେ ନନ୍ଦ ଦେବୀରେ ଏକ “ପରମାଣୁ ଉପକରଣ”ର ଏକ ସଂସ୍ଥା ନିର୍ମାଣ ହୋଇଥିଲା, ଯାହାର ଏପର୍ଯ୍ୟନ୍ତ ସନ୍ଧାନ ମିଳିନାହିଁ | ପୁଣି ଓଡ଼ିଶାରେ ଏକ ଚାରବାଟିଆ ବାୟୁସେନା ଘାଟି ମଧ୍ୟ ରହିଥିଲା , ଯେଉଁଥିରେ ବିଜୁ ପଟ୍ଟନାୟକ ମଧ୍ୟ ଜଡିତ ଥିଲେ, ଯାହା U-2 ଗୁପ୍ତଚର ବିମାନ ପାଇଁ ନିର୍ମିତ ହୋଇଥିଲା। ସେହି ବିମାନ ଘାଟିକୁ ଆମେରିକା ୧୯୬୩ ରୁ ୧୯୭୯ ମଧ୍ୟରେ ବ୍ୟବହାର କରିଥିଲା। ଏହା କଂଗ୍ରେସ ପକ୍ଷରୁ ଗଣତନ୍ତ୍ର ଉପରେ ଏକ ବଡ ଆକ୍ରମଣ | ଏହି ଘଟଣା ଲାଗି କ୍ଷମା ମାଗିବା ଉଚିତ,” | ସେପଟେ ଦୁବେଙ୍କୁ ସମାଲୋଚନା କରି ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କହିଛନ୍ତି ଯେ, ସେ ରାଜନୈତିକ ଲାଭ ପାଇଁ ଇତିହାସକୁ ବିକୃତ କରିବା ଏବଂ ଜଣେ “ପୂଜ୍ୟ ନେତା”ଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି। ଏହାସହିତ ପାତ୍ର ଏହା ମଧ୍ୟ ଘୋଷଣା କରିଛନ୍ତି ଯେ, ସେ ଦୁବେଙ୍କ ଅଧ୍ୟକ୍ଷତାରେ ଗଠିତ ଯୋଗାଯୋଗ ଏବଂ ଆଇଟି ସଂସଦୀୟ ସ୍ଥାୟୀ କମିଟିର ସଦସ୍ୟ ପଦରୁ ଇସ୍ତଫା ଦେଉଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ