Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଇସକ୍ରିମ ବ୍ୟବସାୟୀଙ୍କୁ ମୁଣ୍ଡ କାଟି ହତ୍ୟା!

ଉତ୍ତର ପ୍ରଦେଶ, ୩୦| ୩: ଉତ୍ତର ପ୍ରଦେଶର ବାରାବାଙ୍କୀ ଜିଲ୍ଲାରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଯେଉଁଠି ଏକ ଯୁବକଙ୍କୁ ଆଇସକ୍ରିମ ବିକ୍ରି କରିବାକୁ ଯାଇ ଜୀବନ ହରାଇବାକୁ ପଡିଛି | ସୂଚନା ଅନୁସାରେ ୨୫ ବର୍ଷୀୟ ବୟସ୍କ ଯୁବକ ବବ୍ଲୁ ଗାଁକୁ ଯାଇଥିଲେ ଆଇସକ୍ରିମ ବିକ୍ରି କରିବାକୁ । ସେ ଭାବି ନଥିଲେ ଯେ, ସେହି ଦିନ ତାଙ୍କର ଶେଷ ଦିନରେ ପରିଣତ ହେଇଯିବ । ତେବେ ବିକ୍ରି କରିବାକୁ ଯିବା ସମୟରେ କୌଣସି କାରଣକୁ ନେଇ ଶଙ୍କର ଓ ବବ୍ଲୁ ଙ୍କ ଭିତରେ କଥାକଟାକଟି ଆରମ୍ଭ ହୋଇଥିଲା | ଆଉ ପରେ ଅଭିଯୁକ୍ତ ଶଙ୍କର ଉତ୍ତ୍ୟକ୍ତ ହୋଇ ଧାରୁଆ ଅସ୍ତ୍ରରେ ବବଲୁର ମୁଣ୍ଡ କାଟି ଦେଇଥିଲେ । ଏବଂ ଏଭଳି ଅମାନୁଷିକ ଘଟଣା ଘଟାଇବା ପରେ ଅଭିଯୁକ୍ତ ମୃତଦେହର ମୁଣ୍ଡକୁ ନେଇ ନିଜ ଘରକୁ ଯାଇ ଜଳାଇବାକୁ ଚେଷ୍ଟା କରିଥିବା କଥା ପୋଲିସ ସୂଚନାରୁ ଜଣାପଡିଛି | ଯାହା ଘଟଣାଟିକୁ ଆହୁରି ଭୟଙ୍କର କରିଦେଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଛି ଏବଂ ଏହି ମାମଲାର ତଦନ୍ତ ଜାରି ରଖିଛି । ଏହି ଘଟଣା ପରେ ଏବେ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ