ଏପ୍ରିଲ୍ ୧ରୁ ବଦଳିବ ସରଭିଲାନ୍ସ ସିଷ୍ଟମ!
ଭାରତ ସରକାର ଇଣ୍ଟରନେଟ୍ ସଂଯୁକ୍ତ ସରଭିଲାନ୍ସ ସିଷ୍ଟମର ସୁରକ୍ଷା କୁ ନେଇ ଏବେ ଆହୁରି ସତର୍କ ହୋଇଛନ୍ତି । ନୂଆ ନିୟମ ଅନୁସାରେ, CCTV କ୍ୟାମେରା ଓ ଏହା ସମ୍ବନ୍ଧୀୟ ଉପକରଣଗୁଡ଼ିକୁ ଏବେ ସରକାରୀ ମାନ୍ୟତା ଓ ସିକ୍ୟୁରିଟି ଟେଷ୍ଟ ପାସ୍ କରିବା ଆବଶ୍ୟକ ହେବ । ଯେଉଁ ଡିଭାଇସ୍ରେ ସୁରକ୍ଷା risk ରହିଛି କିମ୍ବା ଚୀନ୍ ଉପକରଣ ବ୍ୟବହାର ହୋଇଛି, ସେମାନଙ୍କୁ ସରକାରୀ ବ୍ୟବହାର ପାଇଁ ଅନୁମତି ମିଳିବ ନାହିଁ । ତେବେ ଏହି ନୂଆ ନିୟମ ଏପ୍ରିଲ୍ ପାଇଲା ୨୦୨୬ ଠାରୁ ଲାଗୁ ହେବାକୁ ଯାଉଛି, ଯାହା ପରେ Hikvision, Dahua ଓ TP-Link ଭଳି କମ୍ପାନୀମାନେ ଯଦି ନୂଆ ନିୟମ ମାନନ୍ତି ନାହିଁ, ତେବେ ସେମାନଙ୍କ ଉପକରଣ ସରକାରୀ ପ୍ରକଳ୍ପରୁ ବାଦ୍ ପଡ଼ିପାରେ । ଏହା ସିଧାସଳଖ ବ୍ୟାନ୍ ନୁହେଁ, କିନ୍ତୁ ସିକ୍ୟୁରିଟି ନିୟମ କଡା ହେବାରୁ ଏହି କମ୍ପାନୀମାନଙ୍କ ପାଇଁ ଭାରତରେ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହେବ ।

