Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଟକ ହାଇକୋର୍ଟ ନିକଟରେ ଭୟଙ୍କର ଅଗ୍ନିକାଣ୍ଡ, ଏକାଧିକ ଗାଡି ଜଳି ପୋଡି ପାଉଁଶ

କଟକ, ୩୧|୩ : ଓଡିଶା ହାଇକୋର୍ଟ ପାଖରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ! ଏକାଧିକ ଗାଡ଼ିରେ ଲାଗିଛି ନିଆଁ | ଅଗ୍ନିକାଣ୍ଡ ଘଟଣାରେ ଗୋଟିଏ ସ୍କର୍ପିଓ , ଦୁଇଟି ସ୍କୁଟର ଏବଂ ଇଭି ଗାଡି ବି ଜଳି ଯିବାର ସୂଚନା ମିଳିଛି। ଗାଡ଼ି ସମ୍ପୂର୍ଣ୍ଣ ଭାବେ ଜଳି ପୋଡି ପାଉଁଶ ହୋଇ ଯାଇଛି | ଏହାପରେ ସ୍ଥାନୀୟ ଲୋକ ଗାଡ଼ିର ନିଆଁ ଲିଭାଇ ବାକୁ ଉଦ୍ୟମ କରିଥିଲେ କିନ୍ତୁ ନିଆଁର ପ୍ରକୋପ ଅଧିକ ଯୋଗୁଁ ବିଫଳ ହୋଇଥିଲେ | ହାଇକୋର୍ଟ ନିକଟରେ ଏଭଳି ବଡଧରଣର ଅଗ୍ନିକାଣ୍ଡ ଘଟିଛି। ତେବେ ନିଆଁ ଲାଗିବାର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ |ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଅଗ୍ନିସମ୍ ବିଭାଗର ଦୁଇଟି ଗାଡ଼ି ନିଆଁ ଲିଭାଇବାରେ ସଫଳ ହୋଇଥିଲେ ମଧ୍ୟ ଅନ୍ୟ ଚାରଟି ଗାଡ଼ି ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି । ଗୋଟାଏ ଗାଡ଼ି ରୁ ଆଉ ଗୋଟିଏ ଗାଡ଼ି କୁ ନିଆଁ ବ୍ୟାପିଥିବାର ଅନୁମାନ କରାଯାଉଛି | ତେବେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି | ହାଇକୋର୍ଟ ପାଖରେ ଏଭଳି ଅଗ୍ନିକାଣ୍ଡ ଘଟଣା ଘଟିବା ହାଇକୋର୍ଟର ସୁରକ୍ଷା ଉପରେ ସୃଷ୍ଟି କରିଛି ବଡ ପ୍ରଶ୍ନବାଚୀ ?

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ