ଏପ୍ରିଲ ୧୬ ଠାରୁ ମେ ୧୫ ପର୍ଯ୍ୟନ୍ତ ଭାରତର ହେବ ପ୍ରଥମ ଡିଜିଟାଲ ଜନଗଣନା
ଭୁବନେଶ୍ୱର ୧ |୪: ଏଥର ଡିଜିଟାଲ ଆପ ମାଧ୍ୟମରେ ହେବ ଜନଗଣନା | ଚଳିତ ଏପ୍ରିଲ ୧୬ରୁ ମେ ୧୫ ତାରିଖ ପର୍ଯ୍ୟନ୍ତ ଘରେ ଘରେ ବୁଲିବେ ଜନ ଗଣନାକାରୀ । ଏନେଇ ଜିଲ୍ଲାସ୍ତରୀୟ ଜନଗଣନା ୨୦୨୬-୨୭ ପାଇଁ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ ଓ ସୁପର ଭାଇଜରମାନଙ୍କୁ ନେଇ ତିନିଦିନିଆ ପ୍ରଶିକ୍ଷଣ ଶିବିର ଫୁଲବାଣୀ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ଆରମ୍ଭ ହୋଇଛି । ତେବେ ଫୁଲବାଣୀ ବ୍ଲକ ସମେତ ଜିଲ୍ଲାର ପ୍ରତ୍ୟେକ ବ୍ଲକ ଅଞ୍ଚଳରେ ଏହି ପ୍ରଶିକ୍ଷଣ ଶିବିର ହେବ ।
ଏହି ଶିବିରରେ ଫୁଲବାଣୀ ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶନୀଙ୍କ ଅଧ୍ୟକ୍ଷତାରେ ଜନଗଣନା ଡିଜିଟାଲ ଆପ ମାଧ୍ୟମରେ ଜନଗଣନାର ପ୍ରକ୍ରିୟା ବିଷୟରେ ପ୍ରଶିକ୍ଷଣ ଦିଆଯାଇଛି । କାରଣ ଏଥର ପ୍ରଥମଥର ପାଇଁ ଡିଜିଟାଲ ଆପ ମାଧ୍ୟମରେ ଜନଗଣନା କରାଯିବାକୁ ନିଷ୍ପତ୍ତି ହୋଇଛି । ତେଣୁ ସମସ୍ତେ ନିଜ ନିଜର ତଥ୍ୟ ସଠିକ ଭାବରେ ଦେବାପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଦିଆଯାଇଥିବା ସମସ୍ତ ତଥ୍ୟକୁ ସମ୍ପୂର୍ଣ୍ଣ ଭାବେ ଗୋପନ ରଖାଯିବ । ଏହି ତଥ୍ୟ ସଂଗ୍ରହର ଉଦ୍ଦେଶ୍ୟ ହେଉଛି ଦେଶର ବିକାଶ ଦିଗରେ ଏହି ତଥ୍ୟ ବହୁ କାମରେ ଆସିବ | ଏବଂ ଏହାସହିତ ସରକାରୀ ଯୋଜନା ପାଇବାରେ ଲୋକମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ |

