Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୁବନେଶ୍ୱର ରେ ବିଜେପି ର ମିଶ୍ରଣ ପର୍ବ, ପଦ୍ମ ଧରିଲେ ରାଜ୍ୟ ଓମଫେଡ଼ ଅଧ୍ୟକ୍ଷ।

କଳାହାଣ୍ଡି,୦୨/୦୪
ରାଜ୍ୟ ଓମଫେଡ ଅଧ୍ୟକ୍ଷ ତଥା କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ ବୁଧବାର ସନ୍ଧ୍ୟାରେ ଭୁବନେଶ୍ୱର ବିଜେପି କାର୍ଯ୍ୟାଳୟ ରେ ଆୟୋଜିତ ମିଶ୍ରଣ ପର୍ବ ରେ ରାଜ୍ୟ ବିଜେପି ସଭାପତି ମନ ମୋହନ ସାମଲ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଉପସ୍ଥିତି ରେ ଭାରତୀୟ ଜନତା ପାର୍ଟି ର ଉତ୍ତରୀୟ ଗ୍ରହଣ ପୂର୍ବକ ବିଜେଡି ଛାଡି ବିଜେପି ରେ ସଦସ୍ୟତା ଗ୍ରହଣ କରିଛନ୍ତି। ସେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କୋକସରା ଗ୍ରାମ ପଞ୍ଚାୟତ ରୁ ୱାର୍ଡ ମେମ୍ବର ଓ ୩ ଥର ସରପଞ୍ଚ ହୋଇ ନିଜର ରାଜନୀତି ଜୀବନ ଆରମ୍ଭ କରି ଦିର୍ଘବର୍ଷ ଧରି ଅଞ୍ଚଳ ରେ ଜନ ସମ୍ପର୍କ ରଖି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିଲେ। ତେବେ ପୂର୍ବତନ ବିଜେଡି ସରକାର ସମୟରେ ସେ ଓମଫେଡ ର ରାଜ୍ୟ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ତେବେ କେନ୍ଦ୍ର ରେ ମୋଦି ସରକାର ଓ ରାଜ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ନେତୃତ୍ବ ରେ ଅନୁପ୍ରାଣିତ ହୋଇ ବିଜେପି ଦଳ ରେ ବିଧିବଦ୍ଧ ଭାବେ ନିଜର ସମର୍ଥକଙ୍କ ଗହଣ ରେ ବୁଧବାର ଯୋଗଦାନ କରିଛନ୍ତି। ଏହି ମିଶ୍ରଣ ପର୍ବ ରେ ରାଜ୍ୟର ପ୍ରମୁଖ ସମବାୟବିତ୍ ଏବଂ ନେତୃବୃନ୍ଦ ମଧ୍ୟ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି ।
ଆଗକୁ ଦଳ ରେ ଜଣେ ଶୃଙ୍ଖଳିତ କର୍ମକର୍ତ୍ତା ଭାବେ ରହି ଦଳ ତାଙ୍କୁ ଯେଉଁ ଦାୟିତ୍ୱ ଦେବ ନିଷ୍ଠା ର ସହ ପାଳନ କରିବା ନେଇ ନିଜ ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି। ଶ୍ରୀ ପ୍ରଧାନୀ ଏନେଇ କଳାହାଣ୍ଡି ଜିଲ୍ଲା ସାଂସଦ ମାଲବିକା ଦେବୀ, ଜିଲ୍ଲା ବିଜେପି ସଭାପତି ଯୁଗଳ କିଶୋର ପୋଢ଼,ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ସମେତ ଦଳୀୟ ନେତୃବୃନ୍ଦ ଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ